Pratidin TV

Odisha's Digital News Platform

ରାଜଧାନୀରେ କେତେ ସୁରକ୍ଷିତ ନାରୀ ? ଗୋଟେ ଦିନରେ ଗଲାଣି ୩ ନିରୀହ ଜୀବନ ….

1 min read

ଭୁବନେଶ୍ୱର ; ନାରୀମାନଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ରାଜଧାନୀ । ମଙ୍ଗଳବାର ସକାଳୁ ଘଟିଯାଇଛିି ତିନି ତିନୋଟି ଜ ଘନ୍ୟ କାଣ୍ଡ । କେଊଁଠି ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟାତ , କେଉଁଠି ନବବଧୂ ତଣ୍ଟିଚିପି ହତ୍ୟା ଆଉ ପୁଣି କେଉଁଠି ମହିଳାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ । ଏୟାରଫିଲଡ଼ ଥାନା ଅଞ୍ଚଳରେ ୨ ଟି ଘଟଣା ଘଟିଥିବା ବେଳେ ଚନ୍ଦକା ଗୋଠପାଟଣାରେ ଆଉ ଏଲ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ଯାହାକୁ ନେଇ ବର୍ତ୍ତମାନ ପୁରା ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି ।

ଆହୁରୀ ପଢନ୍ତୁମହିଳାଙ୍କୁ ବିଭତ୍ସ ହତ୍ୟା , କାରଣ ଅସ୍ପଷ୍ଟ…

Advertisement

ରାଜଧାନୀରେ ନାରୀ ସୁରକ୍ଷିତ ବୋଲି କମିଶନରେଟ୍ ପୋଲିସ ତଣ୍ଟି ଫଟେଇ ଚିତ୍କାର କରୁଥିବା ବେଳେ ଆଜି ଏଭଳି ଲୋମହର୍ଷକର ଘଟଣା ସାମ୍ନାକୁ ଆସିଛି । କେଉଁଠି ଯୌନ ଳାଳସାରେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରି ଗଳା କଟାଯାଇଚି ତ ପୁଣି କେଉଁଠି ଟଙ୍କା ଲୋଭରେ ନବବଧୂକୁ ହତ୍ୟା । ଆଉ କେଉଁଠି ମହିଳା ଜଳଖିଆ ଦୋକାନିକୁ ର୍ଟାଗେଟ୍ କରି ଛୁରି ଭୁଷାଯାଇଛିା କଣ ରାଜଧାନୀରେ ପୋଲିସମାନଙ୍କୁ ଭୟ କରୁନାହାନ୍ତି ଖୁନୀ । ଅପରାଧ ଘଟାଇବା ପୂର୍ବରୁ କଣ ପାଇଂ ଦଣ୍ଡକୁ ଡରୁନାହନ୍ତି ଏଇ ମଣିଷ ରୂପି ରାକ୍ଷସ ।

Leave a Reply

Your email address will not be published. Required fields are marked *