Pratidin TV

Odisha's Digital News Platform

କେତେ ସୁରକ୍ଷିତ ବିଦ୍ୟାଳୟ ? ମଦପିଇ ଶ୍ରେଣୀଗୃହରେ ଗଡିଲେ ମାତାଲ ପ୍ରଧାନଶିକ୍ଷକ ।

ବଲାଙ୍ଗୀର ; ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଉପାନ୍ତ ଇଲାକାରେ ଶିକ୍ଷାଦାନ କରୁଥିବା ଶିକ୍ଷକ ମାନଙ୍କ ଅବହେଳାକୁ ନେଇ ସବୁବେଳେ ଅଭିଯୋଗ ଉପରେ ଅଭିଯୋଗ ଆସିଥାଏ । କେତେବେଳେ ଶିକ୍ଷକ ମାସ ମାସ ଧରି ସ୍କୁଲ ଆସୁନାହାନ୍ତି ତ ଆଉ କେତେବେଳେ ଶିକ୍ଷାଦାନରେ ଅବହେଳା। କେତେବେଳେ ପିଲାଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଛି ତ ଆଉ କେତେବେଳେ ଶିକ୍ଷକ ମଦ୍ୟପାନ କରି ସ୍କୁଲରେ ମାତାଲ ଅବସ୍ଥାରେ ପଡି ରହୁଛନ୍ତି । ନିଜର ହିତାହିତ ଜ୍ଞାନ ଓ ପଦ ମର୍ଯ୍ୟଦା ଭୁଲି ସ୍କୁଲ ଭିତରେ ବ୍ୟକ୍ତିଗତ ପାରିବାରିକ ଭୋଜି କରି ଅଫିସ ଭିତରେ ମଦ ପିଇ ମାତାଲ ହେଲେ ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ । ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଅନ୍ତର୍ଗତ ଟେଙ୍ଗେରାପଥର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଲେଖ ସେଠ୍ ଏବଂ ସହକାରୀ ଶିକ୍ଷକ ବଳରାମ ସାହୁଙ୍କ ବିରୁଦ୍ଧରେ ।

ସୂଚନା ଅନୁଯାୟୀ ଗତ ରବିବାର କୋଡିଏ ତାରିଖ ଦିନ ଟେଙ୍ଗରାପଥର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପିଠା ଖୁଆ କାର୍ଯ୍ୟକ୍ରମ ଥିଲା ଉକ୍ତ କାର୍ଯ୍ୟକ୍ରମ ର ଭୋଜି ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଭିତରେ ରଖା ଯାଇଥିଲା । ଭୋଜିରେ ବହୁତ ଲୋକ ଜମା ହୋଇଥିଲେ ଏବଂ ମଦ ମାଂସର ସୁଅ ଛୁଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଉକ୍ତ ଭୋଜିରେ ମଦ ମାଂସ ଖାଇ ସ୍କୁଲର ପ୍ରଧାନ ଶିକ୍ଷକ ଅଲେଖ ସେଠ୍ ଏବଂ ସହକାରୀ ଶିକ୍ଷକ ବଳରାମ ସାହୁ ଅଫିସ ଭିତରେ ବାନ୍ତି କରି ମାତାଲ ହୋଇ ପଡି ରହିଥିଲେ । ସ୍କୁଲ ର କିଛି ଛାତ୍ର ଏହି ସବୁ ଦେଖି ସ୍କୁଲ କମିଟି ସଭାପତି ନରେନ୍ଦ୍ର ବିଶିଙ୍କୁ ଖବର କରିଥିବାବେଳେ ଏହି ସବୁ ଦୃଶ୍ୟକୁ ମୋବାଇଲ ରେ ସୁଟିଂ କରିଥିଲେ । ମଦ ପିଇ ଦୁହେଁ ଏତେ ନିଶାରେ ଥିଲେ ଜେ ନିଜର ମୋବାଇଲ କୁ ମଧ୍ୟ ସ୍କୁଲ ପରିସରରେ ପକେଇ ଦେଇ ମାତାଲ ହୋଇ ପଡ଼ିଥିଲେ । ସ୍କୁଲ କେବଳ ଶିକ୍ଷା ନୁହେଁ, ଏଠାରେ ପିଲାମାନେ ମଧ୍ୟ ସେମାନଙ୍କର ନୈତିକ ଦାୟିତ୍ୱ ବିଷୟରେ ଜାଣନ୍ତି। କିନ୍ତୁ ଯେତେବେଳେ ପିଲାମାନଙ୍କୁ ଗଢୁଥିବା ଶିକ୍ଷକ ଅସଭ୍ୟ ହୋଇଯାଆନ୍ତି ସେତେବେଳେ ଏହା ଚିନ୍ତାର ବିଷୟ ପାଲଟିଯାଏ ।

ତେବେ ଶିକ୍ଷକ ମାନଙ୍କ ଏଭଳି କାର୍ଯ୍ୟକଳାପ କୁ ନେଇ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ଖପ୍ରାଖୋଲ ଗୋଷ୍ଠି ଶିକ୍ଷାଧିକାରୀ ଶଙ୍କର ମାଝୀ ଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଳି କହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ସ୍କୁଲ ପରିସରରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଭୋଜି କରିବା ପାଇଁ ପ୍ରଧାନ ଶିକ୍ଷକ କେମିତି ଅନୁମତି ଦେଲେ ଏବଂ ଶିକ୍ଷା ଭଳି ପବିତ୍ର ମନ୍ଦିରରେ ଶିକ୍ଷକ ମାନଙ୍କ ଏଭଳି କାର୍ଯ୍ୟ କୁ ଜିଲ୍ଲା ଶିକ୍ଷା ବିଭାଗ କିଭଳି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *