Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକୁ କିଭଳି ଅନଲାଇନ୍ କରିବେ ଆବେଦନ , ଜାଣନ୍ତୁ କଣ ରହିଛି ନିୟମ ?

1 min read

ଏକ କୋଟି ଘରକୁ ମାଗଣାରେ ବିଜୁଳି ପ୍ରଦାନ କରିବା ଘୋଷଣା ପରେ ସାଧାରଣ ଲୋକଙ୍କୁ ବଡ ଫାଇଦା ଓ ଆଶ୍ବସ୍ତି ମିଳିଛି ।
ସେହିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକୁ ନେଇ ଦେଶବାସୀଙ୍କ ଭଲ ପ୍ରତିକ୍ରିୟା ମିଳିଛି । ଏହି ସ୍କିମରେ ବର୍ତ୍ତମାନ ସୁଦ୍ଧା ୧.୮ କୋଟି ଲୋକେ ପଞ୍ଜୀକରଣ କରିସାରିଛନ୍ତି ।ଗତ ଅନ୍ତରୀଣ ବଜେଟରେ ଏହି ଯୋଜନା ବିଷୟରେ ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଏହି ଯୋଜନା ଅନୁସାରେ ଛାତରେ ସୋଲାର ପ୍ଲାଣ୍ଟ ଲଗାଯିବ । ଏକ କୋଟି ଘର ଛାତ ଉପରେ ସୋଲାର ପ୍ଲାଣ୍ଟ ଲାଗିବ । ଯାହା ଫଳରେ ପ୍ରତି ମାସରେ ୩୦ କିଲୋୱାଟ ପର୍ଯ୍ୟନ୍ତ ମାଗଣା ବିଜୁଳିର ଫାଇଦା ଉଠାଇ ପାରିବେ ହିତାଧିକାରୀ । ଏହି ସ୍କିମରେ ବର୍ତ୍ତମାନ ସୁଦ୍ଧା ୧.୨୮ ହିତାଧିକାରୀ ରେଜିଷ୍ଟ୍ରେସନ କରିଥିବାବେଳେ ୧୪ ଲକ୍ଷ ଆବେଦନକାରୀଙ୍କ ଆବେଦନ ପେଣ୍ଡିଂରେ ଅଛି । ତେବେ ବହୁ ପୂର୍ବରୁ ଏହା ଲୋକଙ୍କ ପାଇଁ ବାହାର କରାଯାଇଥିଲା କିନ୍ତୁ ଅଧିକ ଟଙ୍କା ଥିବାରୁ ଏହାକୁ କେହିଁ ନେଉନଥିଲେ କିନ୍ତୁ ଏବେ ସୋଲାର ପ୍ୟାନେଲ ପିଛା ୬୦ ରୁ ୬୫ ପ୍ରତିଶତ ସବସିଡି ମିଳିପାରିବ ..

Advertisement

ସେହିଭଳି ଏହା ପୂର୍ବରୁ ବି ସରକାର ସୋଲାର ପ୍ୟାନେଲ ଦେଇଥିଲେ ଯାହାର ନାଁ ରହିଛି ପିଏମ୍ ସୁର୍ଯ୍ୟ ଉଦୟ ୟୋଜନା । ଏହି ଦୁଇ ଯୋଜନା ସାମନ ହେଲେ ଏହାର ସବସିଡି ଏବେ ବଢାଯାଇଛି ।

ତେବେ ଆସନ୍ତୁ ଜାଣିବା କିଏ ଏହି ଯୋଜନାରେ ନିଜ ନାଁ ପଞ୍ଜିକରଣ କରିପାରିବେ ।
୧.ସିଏ ଭାରତୀୟ ହୋଇଥିବ ଆଉ ବୟସ ୧୮ ବର୍ଷ ରୁ ଅଧିକ ହୋଇଥିବ
୨.ଯାହା ଘରେ ବିଜୁଳି କନେକ୍ସନ ରହିଛି ସିଏ ଆପ୍ଲାଏ କରିପାରିବେ .
୩.ଏହାସହ ଆପଣଙ୍କର ନିଜ ଘର ହେବା ଦରକାର ଯେଉଁଠି ଗୋଟିଏ ଛାତ ହୋଇଥିବା ଦରକାର
୪.ଆପଣ ପୂର୍ବରୁ ସୋଲାର ପ୍ୟାନେଲର ସବସିଡି ନେଇ ନଥିବା ଦରକାର .
ଯଦି ଆପଣ ଏହି ସବୁ ନିୟମରେ ଫିଟ୍ ହୁଅନ୍ତି ତେବେ ଆପଣ ନିଜର ନାଁ ପଞ୍ଜିକରଣ କରିପାରିବେ .
କେଉଁଭଳି ଭାବେ କରିବେ ପଞ୍ଜିକରଣ ?

ସରକାରଙ୍କର ଯେଉଁ ଅଫିସିଆଲ ୱେବସାଇଟ ରହିଛି (ପିଏମ୍ ସୂର୍ଯ୍ୟଘର .ଜିଓଭି.ଇନ୍) ରେ କ୍ଲିକ୍ କରିବେ ।
ଏହାପରେ ଆପଣଙ୍କୁ ଏକ ରୁଫ୍ ଟପ ସୋଲାର ପ୍ୟାନେଲର ଅପସନ ଦେଖିବାକୁ ମିଳିବ । ଯେଉଁଠି ଆପଣଙ୍କୁ ରାଜ୍ୟ , ଜିଲ୍ଲା ବାଛବା ପରେ ଆପଣ ଭରୁଥିବା ଇଲେକ୍ଟ୍ରିସିଟି ବିଲ ଭରୁଥିବା କମ୍ପାନୀରେ ଆପଣଙ୍କ ଆକାଉଣ୍ଟ ନଂ କୁ ଏଣ୍ଟର କରିବାକୁ ପଡିବ । ଏହାପରେ ଆଣଙ୍କ ଇମେଲ ଆଇଡି ଦେବାକୁ ପଡିବ । ସେଠାକୁ କ୍ଲିକ୍ କଲେ ଆପଣଙ୍କର ରେଜିଷ୍ଟେସନ ହୋଇଯିବ..
ଏହାପରେ ଲଗଇନ୍ ହେଲା ପରେ ଆପଣଙ୍କ ଏହି ପେଜ୍‌ଟି ଖୋଲିଯିବ । ସେହି ପେଜ୍‌ରେ ନିଜର ଡିଟେଲ୍ସ , କରେଣ୍ଟ ଇଲେକ୍‌୍ରିସିଟି କମ୍ପାନିର ଡିଟେଲ୍ସ ଆପଣଙ୍କ ଯୋଗାଯୋଗ ପୁଣି ଭରିବାକୁ ପଡିବ । ଏହାପରେ ଆପଣଙ୍କର ୨ ରୁ ୩ମାସ ପୁରୁଣା ବିଲକୁ ଏଠାରେ ଭରିବେ । ଏହାପରେ ନିଜର ଲୋକେସନ୍ ଅପଡେଟ୍ କରିବାକୁ ପଡିଥାଏ ଯେଉଁଠି ସୋଲାର ପ୍ୟାନେଲ୍ ଟି ଲଗାଇବେ । ଶେଷରେ ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ଦେବେ ଯେଉଁଥିରେ ସବସିଡି ଟଙ୍କା ଆସିବ । ଏହି ଆଧାରରେ ଆପଣଙ୍କ ଆବେଦନ ପଞ୍ଜିକୃତ ହୋଇଯିବ ଏବଂ ଆପଣଙ୍କ ଇମେଲରେ ସରକାରଙ୍କ ସୂଚନା ଆସିଯିବ । ପରେ ଆପଣଙ୍କ ସୋଲାର ପ୍ୟାନେଲ ଲାଗିଯିବ । ଆଉ କିଛି ଦିନ ପରେ ଏହା କାମ କରିବା ଆରମ୍ଭ କରିବ ।

ନିବେଶ ଏବଂ ସବସିଡିର ଗଣନା:
ଯଦି ଆପଣ ନିଜ ଘରେ 2kWଛାତର ସୈର ସଂସ୍ଥାପନ କରିବାକୁ ଚାହୁଁଛନ୍ତି, ତେବେ ୱେବସାଇଟରେ ଉପଲବ୍ଧ କାଲକୁଲେଟର ଅନୁଯାୟୀ ମୋଟ ପ୍ରକଳ୍ପ ମୂଲ୍ୟ ୪୭୦୦୦ ଟଙ୍କା ହେବ । ଯେଉଁଥିରେ ସରକାରଙ୍କ ତରଫରୁ ୧୮୦୦୦ ଟଙ୍କା ସବସିଡି ଦିଆଯିବ । ଏହି ଉପାୟରେ ଗ୍ରାହକଙ୍କୁ ଛାତର ସୋଲାର ସ୍ଥାପନ ପାଇଁ ୨୯୦୦୦ ଟଙ୍କା ଦେବାକୁ ପଡିବ । ନିୟମ ଅନୁଯାୟୀ, ଏଥିପାଇଁ ୧୩୦ ବର୍ଗଫୁଟ ସ୍ଥାନ ରହିବା ଉଚିତ୍ । ୪୭,୦୦୦ ଟଙ୍କା ବ୍ୟୟରେ ନିର୍ମିତ ଏହି ସୈର କାରଖାନା ପ୍ରତିଦିନ ୪.୩୨ କ୍ୱିଚ୍ / ଦିନ ବିଦ୍ୟୁତ୍ ଉତ୍ପାଦନ କରିବ, ଯାହା ବାର୍ଷିକ ୧୫୭୬ କିଲୋୱାଚ୍ / ବର୍ଷକୁ ଆସେ । ଏହା ସହିତ ଗ୍ରାହକ ଦୈନିକ ୧୨.୯୬ ଟଙ୍କା ଏବଂ ଗୋଟିଏ ବର୍ଷରେ ୪୭୩୦ ଟଙ୍କା ସଞ୍ଚୟ କରିବେ ।

ଯଦି ଆପଣଙ୍କର ଛାତର କ୍ଷେତ୍ର ୭୦୦ ବର୍ଗଫୁଟ ତେବେ ୩ କିଲୋୱାଟ ପ୍ୟାନେଲ ପାଇଁ ଆପଣଙ୍କର ବିନିଯୋଗ ୮୦,୦୦୦ ଟଙ୍କା ହେବ ଏବଂ ଆପଣ ଏଥିରେ ସବସିଡି ୩୬,୦୦୦ ଟଙ୍କା ପାଇବେ। ଏହାର ଅର୍ଥ ଏଥିପାଇଁ ଆପଣଙ୍କୁ ପକେଟରୁ ମାତ୍ର ୫୦,000 ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *