Pratidin TV

Odisha's Digital News Platform

ଉଚ୍ଚ ରକ୍ତଚାପକୁ କିପରି କରିବେ ନିୟନ୍ତ୍ରଣ? ସକାଳୁ ସକାଳୁ ଏହି ୪ଟି ନିୟମକୁ କରନ୍ତୁ ଅନୁସରଣ ….

1 min read

ଭୁବନେଶ୍ୱର ; ବର୍ତ୍ତମାନ ସମୟରେ ଅନେକ ଲୋକ ବ୍ଲଡ୍ ପ୍ରେସର୍ ବା ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି । ଯାହା ଦ୍ୱାରା ମଣିଷ ଶରୀରରେ ଅନେକ ସମସ୍ୟା ମାନ ଦେଖା ଦେଇଥାଏ । ଉଚ୍ଚ ରକ୍ତଚାପ ଦ୍ୱାରା ଧମନୀରେ ଥିବା ରକ୍ତ ଅତ୍ୟଧିକ ଚାପ ପ୍ରୟୋଗ କରିଥାଏ । ଯାହା ହୃଦଘାତ, କିଡନୀ ରୋଗ ଏବଂ ଷ୍ଟ୍ରୋକ୍ ଭଳି ଅନେକ ରୋଗର ଆଶଂକା ସୃଷ୍ଟି ହୋଇଥାଏ । ଯଦି ଆପଣଙ୍କ ବି ଉଚ୍ଚ ରକ୍ତଚାପରେ ପୀଡିତ ଏବଂ ଏହାକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତାହେଲେ ସକାଳୁ ସକାଳୁ ଆପଣଙ୍କୁ ଏହି ୪ଟି କାମ ନିହାତି କରିବା ଆବଶ୍ୟକ ।

ବିପି ନିୟନ୍ତ୍ରଣ କରିବା ପାଇଁ ସକାଳେ କ’ଣ କରିବେ ?
୧- ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଥମେ ଆପଣ ଆପଣଙ୍କ ଶୋଇବା ଏବଂ ସକାଳୁ ଉଠିବାର ସମୟ ଫିକ୍ସ କରିବା ନିହାତି ଆବଶ୍ୟକ । ଏହାଦ୍ୱାରା ବ୍ଲଡପ୍ରେସର୍ ନିୟନ୍ତ୍ରଣରେ ରହିବ । ଏବଂ ମାନସିକ ଚାପ କମ୍ ହେବ । କିନ୍ତୁ ଯଦି ଆପଣ ରୁଟିନକୁ ଅନୁସରଣ ନକରନ୍ତି ତାହେଲେ ସମସ୍ୟା ବଢିବାର ଆଶଂକା ରହିଥାଏ ।

Advertisement

୨- ସକାଳୁ ଉଠି ପ୍ରଥମେ ଏକ ଗ୍ଲାସ୍ ପାଣି ନିହାତି ପିଅନ୍ତୁ । ଶରୀର ହାଇଡ୍ରେଟେଟ୍ ରହିବା ଦ୍ୱାରା ରକ୍ତ ଚାପକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ । ସକାଳୁ ସକାଳୁ ଖାଲି ପାଣି ପିଇବାକୁ ମନ ନହେଲେ ଏଥିରେ ଫ୍ଲେବର୍ ପାଇଁ ଲେମ୍ବୁ ଚିପୁଡି ପିଇପାରିବେ ।

୩- ନିୟମିତ ବ୍ୟାୟାମ୍ କରିବା ନିହାତି ଆବଶ୍ୟକ । ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ପ୍ରତି ସପ୍ତାହରେ ଅତି କମରେ ୧୫୦ ମିନିଟ୍ ପର୍ଯ୍ୟନ୍ତ ଦ୍ରୁତ ଗତିରେ ଚାଲିବା, ଜଗିଂ କରିବା, ସାଇକେଲ ଚଲାଇବା ଭଳି ବ୍ୟାୟାମ୍ ସହିତ ଶାରୀରିକ କାର୍ଯ୍ୟକଳାପ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ ।

୪- ଅନେକ ଲୋକ ସକାଳୁ ସକାଳୁ ଚା’ ଏବଂ କଫି ପିଇ ଦିନ ଆରମ୍ଭ କରିଥାନ୍ତି । କିନ୍ତୁ ଏଥିରେ କଫିନ୍ ପ୍ରଚୁର ପରିମାଣରେ ମିଳିଥାଏ । ଏହି କାରଣରୁ ହଠାତ୍ ରକ୍ତଚାପ ହଠାତ୍ ବଢିଯାଏ । ତେଣୁ ସକାଳୁ ଚା’ କିମ୍ବା କଫି ପିଇବା ଭଳି ଅଭ୍ୟାସକୁ ଦୂର କରିବା ନିହାତି ଆବଶ୍ୟକ

Leave a Reply

Your email address will not be published. Required fields are marked *