Pratidin TV

Odisha's Digital News Platform

କ୍ରୋଧ ଆସିଲେ କିଭଳି ନିଜକୁ କରିବେ ନିୟନ୍ତ୍ରଣ ? ଜାଣନ୍ତୁ କିଛି ଟିପ୍ସ..

1 min read

କଥାକଥାରେ ରାଗିଯିବା ଅନେକ ଲୋକଙ୍କ ଅଭ୍ୟାସ । ସମାନ୍ୟ କଥାକୁ ନେଇ ହଠାତ ରାଗିଯିବା ଏବେ ବ୍ୟାଧି ପାଲଟିଗଲାଣି । ଯୁବପିଢିଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଏବେ ବଢିବାରେ ଲାଗିଛି । ରାଗରେ ମଣିଷ ଅନେକ କ୍ଷତି ପହଞ୍ଚାଇଥାଏ । ନିଜର ସହ ଅନ୍ୟର ବି କ୍ଷତି କରି ଦେଇଥାଏ । କ୍ରୋଧ ଏବଂ ଜିଦିରେ ଲୋକ ମଣିଷ ମାରିବାକୁ ବି ପଛାଉ ନାହାନ୍ତି । ଛୋଟ ଠୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ ଲୁଚି ରହିଛି କ୍ରୋଧ । କିଛି ଏହାକୁ ନିୟନ୍ତ୍ରଣ କରୁ ପାରୁଥିବା ବେଳେ କିଛି ଲୋକଙ୍କପାଇଁ ଏହା ସାଘାଂତିକ ହୋଇ ଯାଇଥାଏ । ତେବେ କିଭଳି ଏହାକୁ ନିୟନ୍ତ୍ରଣ କରିବା ଆପଣ ଜାଣିଛନ୍ତି କି?

ଆଜି ଆମେ ଆପଣଙ୍କୁ କ୍ରୋଧକୁ କାବୁ କରିବାର ୫ଟି ଟିପ୍ସ ବତାଇବୁ । ଯାହାଫଳରେ ନିଜକୁ ନିୟନ୍ତ୍ରଣ ରଖିପାରିବେ ଆପଣ?
ଯଦି ଆପଣଙ୍କୁ ରାଗଲାଗୁଛି ତେବେ ତେବେ ପ୍ରଥମ ଉପାୟ ହେଉଛି କିଛି ନ କହି ଚୁପ ରୁହନ୍ତି । ଧୀରେ ଧୀରେ ଆପଣଙ୍କ ରାଗ ଶାନ୍ତ ହୋଇଯିବ ।
ଆପଣଙ୍କର ଯଦି କାହା ସହ ମତାନ୍ତର ହେଉଛି ଯାହାଫଳରେ ଆପଣଙ୍କୁ ରାଗ ଲାଗୁଛି ତେବେ ଆପଣ ଥିବା ସ୍ଥାନରୁ ଉଠି ଅନ୍ୟତ୍ର ପଳାନ୍ତୁ ।
କ୍ରୋଧରେ ଥିବା ବେଳେ କାହାକୁ କିଛି କହିବା ଆଗରୁ ଭାବନ୍ତୁ । କାରଣ କ୍ରୋଧ ସବୁ କାମକୁ ବିଗାଡି ଦେଇଥାଏ ।
ଆଉ ଏକ ଉପାୟ ହେଉଛି ରାଗ ଆସିଲେ ଭଲ ତଥା ନିଜର ଲୋକପ୍ରିୟ ଗୀତ ଶୁଣନ୍ତୁ । ଦେଖିବେ ଧୀରେ ଧୀରେ ଆପଣଙ୍କ ମନ ଶାନ୍ତ ହୋଇ ଯିବ ।
କୁହାଯାଏ ଯେ କ୍ରୋଧ ଆସିଲେ ଉପରୋକ୍ତ ୧୦୦ରୁ ଓଲଟା ଗଣତି ଆରମ୍ଭ କରନ୍ତୁ ।ଦେଖିବେ ଆପଣଙ୍କୁ ନିଶ୍ଚୟ ହାଲକା ଲାଗିବ ।
(Disclaimer:ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। ପ୍ରତିଦିନ ଟିଭି ଏହାକୁ ନିଶ୍ଚିତ କରେ ନାହିଁ । ସେଗୁଡିକ କାର୍ଯ୍ୟକାରୀ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ ।)

Advertisement

Leave a Reply

Your email address will not be published. Required fields are marked *