Pratidin TV

Odisha's Digital News Platform

ହ୍ବାଇଟ ହାଉସରେ କେମିତି ମିଳେ ଚାକିରୀ ,କଣ ଆପଣବି କରି ପାରିବେ ଆବେଦନ …

1 min read

ହାରିସଙ୍କୁ ହରାଇ ହ୍ୱାଇଟହାଉସର ବସ୍ ହେଲେ ଡୋନାଲ୍ଡ ଟ୍ରମ୍ପ। ଆମେରିକାର ୪୭ ତମ ରାଷ୍ଟ୍ରପତି ହେବା ସହ ୪ ବର୍ଷ ପରେ ପୁଣି କ୍ଷମତାକୁ ଫେରିଲେ ଟ୍ରମ୍ପ। ମୋଟ ୪୫ ରାଜ୍ୟରୁ ୨୭ରେ ବିଜୟଧ୍ୱଜା ଉଡ଼ାଇଛନ୍ତି ଟ୍ରମ୍ପ।ବର୍ତ୍ତମାନ ସେ ହ୍ବାଇଟ ହାଉସରୁ ସରକାର ଚଳାଇବେ। ସାରା ବିଶ୍ୱର ନଜର ହ୍ବାଇଟ ହାଉସ ଉପରେ ରହିଥାଏ । ତେବେ ଆପଣ ହ୍ବାଇଟ ହାଉସରେ କାମ କରିବାକୁ ଚାହୁଁଥିଲେ ଏଥିପାଇଁ କିପରି ସୁଯୋଗ ମିଳିବ। ଜାଣନ୍ତୁ…

ହ୍ବାଇଟ ହାଉସରେ ଅଧିକାଂଶ ନିଯୁକ୍ତି ରାଷ୍ଟ୍ରପତିଙ୍କ କୋର୍‌ ଟିମ୍‌ ଦ୍ୱାରା କରାଯାଇଥାଏ। ଯଦି ଆପଣା ଏଠାରେ କାମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ହାଉସର ଅଫିସିଆଲ କ୍ୟାରିୟର ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ ପଡିବ।

Advertisement

କହିରଖୁଛୁ, ଆପଣ ହ୍ବାଇଟ ହାଉସର ଅଫିସିଆଲ ୱେବସାଇଟକୁ ଯିବା ମାତ୍ରେ ସେଠାରେ ଯୋଗ ଦେବାର ବିକଳ୍ପ ପାଇବେ। ଏହାପରେ ଡୋନାଲ୍ଡ ଟ୍ରମ୍ପ ଆଡମିନିଷ୍ଟ୍ରେସନରେ ଯୋଗଦେବା ପାଇଁ ଲିଙ୍କ ଆପଣଙ୍କ ଓ୍ବିଣ୍ଡରେ ଖୋଲିବ। ଆପଣଙ୍କୁ ଏହି ଲିଙ୍କରେ ସମ୍ପୂର୍ଣ୍ଣ ସୂଚନା ପୂରଣ କରିବାକୁ ପଡିବ।

ଚାକିରି ପାଇବା ପୂର୍ବରୁ ଆପଣଙ୍କ ଅପରାଧିକ ଇତିହାସ, ଆର୍ଥିକ ସ୍ଥିତି ଏବଂ ବୃତ୍ତିଗତ ବୃତ୍ତି ମଧ୍ୟ ପରୀକ୍ଷା କରାଯାଏ। ଏଥସହିତ ପ୍ରାର୍ଥୀଙ୍କ ରାଜନୈତିକ ଦୃଷ୍ଟିକୋଣ, ତାଙ୍କର ବୃତ୍ତିଗତ ସମ୍ପର୍କ ଏବଂ ସୁରକ୍ଷା ସମ୍ବନ୍ଧୀୟ ବିଷୟଗୁଡ଼ିକ ମଧ୍ୟ ପରୀକ୍ଷା କରାଯାଏ।

Leave a Reply

Your email address will not be published. Required fields are marked *