Pratidin TV

Odisha's Digital News Platform

ମହାକାଶରୁ କେମିତି ଆଉ କେବେ ଫେରିବେ ସୁନିତା ? କଣ କହିଲେ ଜ୍ୟୋର୍ତିବିଜ୍ଞାନି ସୁଭେନ୍ଦୁ ପଟ୍ଟନାୟକ….

ମହାକାଶରୁ ଏଯାଏଁ ଫେରିନାହନ୍ତି ସୁନିତା ଉଇଲିୟମ୍ସ । ମହକାଶରେ ଦୀର୍ଘ ୩ ମାସରୁ ଅଧିକ ଦିନ ହେଲା ଫସି ରହିଥିବା ଦୁଇ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ । ସେ ପ୍ରଥମେ ଜୁନ୍ ମାସରେ ୭ ଦିନ ପାଇଂ ମହାକାଶକୁ ଯାତ୍ରା କରିଥିଲେ । କାରଣ ସେଠାରେ ଥିବା ଇଣ୍ଟର ନ୍ୟାସନାଲ ସ୍ପେସ୍ ଷ୍ଟେସନର ବୈଜ୍ଞାନିକଙ୍କ ସହ ସଂଯୋଗ କରି ଫେରିଆସିବାର ଥିଲା । କିନ୍ତୁ ସୁନିତା ଯାଇଥବା ଷ୍ଟାରଲାଇନର ସେଠାରେ ପହଞ୍ଚିବା ପରେ ସେଥିରେ କିଛି ତ୍ରୁଟି ଦେଖାଦେଇଥିଲା । ଯାହାକୁ ତୁରନ୍ତ ସଜାଡ ମଧ୍ୟ ଯାଇଥିଲା କିନ୍ତୁ ସେଠାରେ ଥିବା ସିନିୟର ବୈଜ୍ଞାନିକ ମାନେ ସୁନିତାଙ୍କୁ ନେଇ କୌଣସି ତତ୍ପରତା କରିବାକୁ ଚାହୁଁନଥିଲେ । ତେଣୁ ଅନେକ ତର୍ଜମା ପରେ ଷ୍ଟାରଲାଇନରକୁ ଏକା ଫେରିବାକୁ ନିଷ୍ପତି ନିଆଯାଇଥିଲା । ଆଉ ଷ୍ଟାରଲାଇନର ମଧ୍ୟ ପୃଥିବୀରେ ସୁରକ୍ଷିତ ଅବତରଣ କରିଛି । ଏବେ ସବୁଠୁ ବଡ ପ୍ରଶ୍ନ ଯେ କେବେ ଆଉ କେମିତି ଫେରିବେ ସୁନିତା ? କଣ ସ୍ପେସ୍ ଏକ୍ସ ସୁନିତାଙ୍କୁ ସୁରକ୍ଷିତ ଫେରାଇ ଆଣିବାରେ ନେବ ବଡ ଭୂମିକା ?

Leave a Reply

Your email address will not be published. Required fields are marked *