Pratidin TV

Odisha's Digital News Platform

ଆହତ ହେଲେ ହ୍ରିତିକ; ଆଶାବାଡି ଧରି ପୋଷ୍ଟ କଲେ

ବଲିଉଡର ଆକ୍ସନ ଷ୍ଟାର ତଥା ଦେଶର ଅନ୍ୟତମ ହ୍ୟାଣ୍ଡସମ ଷ୍ଟାର ହ୍ରିତିକ ରୋଶନ | ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି | ହ୍ରିତିକ ରୋଶନ ସଦାବେଳେ ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ କିଛି ହେଲେ ପୋଷ୍ଟ କରିଥାନ୍ତି | ଯାହା ଫ୍ୟାନ୍ସମାନେ ଦେଖି ବହୁତ ଖୁଶି ହୋଇଥନ୍ତା | କିନ୍ତୁ ନିକଟରେ ହ୍ରିତିକଙ୍କର ନୂଆ ଏକ ପୋଷ୍ଟରେ ଫ୍ୟାନ୍ସମାନେ ଚିନ୍ତିତ ହୋଇପଡିଛନ୍ତି | ହ୍ରିତିକ ଏକ ନୂଆ ପୋଷ୍ଟ ସେଆର କରିଛନ୍ତି ଯେଉଁଥିରେ ସେ ଆଶାବାଡି ସାହାଯ୍ୟାରରେ ଠିଆ ହୋଇଥିବା ନଜର ଆସିଛନ୍ତି | ଏବଂ ଅଣ୍ଟାରେ ଏକ ବେଲ୍ଟ ବାନ୍ଧିଥିବାର ଦେଖିବାକୁ ମିଳିଛି | ଏହି ପୋଷ୍ଟରେ ହ୍ରିତିକ ତାଙ୍କର ଏପରି ଅବସ୍ଥା ବିଷୟରେ ମଧ୍ୟ ଏକ କାରଣ କ୍ୟାପସନ ଜରିଆରେ ଜଣାଇଛନ୍ତି |

ହ୍ରିତିକ ତାଙ୍କର ଏକ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେଆର କରିଛନ୍ତି | ଯେଉଁଥିରେ ସେ ଏକ ମିରର ସେଲ୍ଫି ନେଉଥିବାର ଦେଖିବାକୁ ମିଳିଥିଲା | ଫଟୋରେ ଆଶାବାଡି ସାହାଯ୍ୟାରରେ ଠିଆ ହୋଇଥିବା ନଜର ଆସିଥିଲେ , ଏବଂ ଅଣ୍ଟାରେ ଏକ ବେଲ୍ଟ ବାନ୍ଧିଥିବାର ଦେଖିବାକୁ ମିଳିଥିଲା | ଏବଂ ସେ ଗୋଟେ ହାତରେ ନିଜ ଫୋନ୍ ସାହାଯ୍ୟରେ ସେଲ୍ଫି ନେବାର ଦେଖିବାକୁ ମିଳିଥିଲା |ଏହି ପୋଷ୍ଟରେ ସେ ଏକ ବଡ କ୍ୟାପସନ ଦେଇ ଲେଖିଛନ୍ତି, ଆପଣମାନଙ୍କ ମଧ୍ୟରୁ କେତେ ଜଣ ଆଶାବାଡି ଏବଂ ହ୍ୱିଲ୍ ଚେୟାର ଆବଶ୍ୟକ କରିଥାନ୍ତି | ଆପଣ ଏହାକୁ ବ୍ୟବହାର କରି କିପରି ଅନୁଭବ କଲେ?’ ଏପରି ପୋଷ୍ଟ ମାଧ୍ୟମରେ ସେ ନିଜ ପ୍ରଶଂସକମାନଙ୍କୁ ଆବଶ୍ୟକ ସମୟରେ ହ୍ୱିଲ୍ ଚେୟାରଏବଂ ଆଶାବାଡି ବ୍ୟବହାର କରି ଲଜ୍ଜିତ ନହେବାକୁ ଶିଖାଇଛନ୍ତି |

ହ୍ରିତିକ ଆହୁରି ମଧ୍ୟ ଲେଖିଛନ୍ତି, ତାଙ୍କର ମସଲସ ଟାଣୁଥିବା ଯୋଗୁଁ ସେ ଆହତ ହୋଇଛନ୍ତି | ଯେଉଁଥିପାଇଁ ତାଙ୍କୁ କିଛି ଦିନ ଏପରି ବ୍ୟବହାର କରିବାକୁ ପଡିବ | ପ୍ରଶଂସକ ମାନେ ହ୍ରିତିକଙ୍କ ଏହି ପୋଷ୍ଟ ପରେ ତାଙ୍କର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି | ହ୍ରିତିକଙ୍କ ସବା ମଧ୍ୟ ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ଜଣାଇଛନ୍ତ୍ତି, ‘ମାଇ ଲଭ ତୁମେ ବହୁତ ଶକ୍ତିଶାଳୀ, ଖୁବ ଶୀଘ୍ର ସୁସ୍ଥ ହୋଇଯାଅ |’ସେହିପରି ଭାବରେ ଅନ୍ୟ ଷ୍ଟାର ମାନେ ତାଙ୍କ ପୋଷ୍ଟରେ କମେଣ୍ଟ ଦେଇଛନ୍ତି |

Leave a Reply

Your email address will not be published. Required fields are marked *