Pratidin TV

Odisha's Digital News Platform

ସୁସ୍ଥ ହେବା ପରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯିବ: କେନ୍ଦ୍ରାଞ୍ଚଳ ଆଇଜି

ଭୁବନେଶ୍ବର: ସୁସ୍ଥ ହେବା ପରେ  ଆହତ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯିବ। ବିଧାୟକ ପ୍ରଶାନ୍ତ ଜଗଦେବ ଆହତ ହୋଇଥିବାରୁ ଏବେ ଚିକିତ୍ସାଧିନ ଅଛନ୍ତି। ହସ୍ପିଟାଲରୁ ଡିସଚାର୍ଜ ହେବା କ୍ଷଣି ତାଙ୍କୁ ଗିରଫ କରାଯିବ। ଗିରଫ ପରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଜେଲ ପଠାଇ ଦିଆଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।

କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି ଯେ ପୁଲିସ ବାରଣ ମାନି ନ ଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ। ବାଣପୁର ଆଇଆଇସି ଗାଡ଼ି ଆଗରେ ଠିଆ ହୋଇ ବାରଣ କରିଥିଲେ। ପୁଲିସ ବାରଣ କରିବା ସତ୍ତ୍ବେ ବିଧାୟକ ନ ମାନି ଗାଡ଼ି ମଡ଼ାଇଥିଲେ। ପୁଲିସ ଓ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ବିଧାୟକ। ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାମରେ ହତ୍ୟା ଉଦ୍ୟମ ଦଫା ଲଗାଯାଇଛି। ପୁଲିସଙ୍କୁ କର୍ତ୍ତବ୍ୟରେ ବାଧାଦେବା ଏବଂ ଜନସାଧାରଣଙ୍କୁ ଆଘାତ ଦେବା ଦଫା ଲାଗିଛି। କାରଟିକୁ ହତ୍ୟା ଉଦ୍ୟମ ଭାବେ ବ୍ୟବହାର କରି ହତ୍ୟା ଉଦ୍ୟମ ଦଫା ଲାଗିଛି। ଜଣେ ଡିଏସପି ରାଙ୍କର ଅଫିସରଙ୍କୁ ତଦନ୍ତ ଭାର ଦିଆଯାଇଛି। ଘଟଣାବେଳେ ଅନେକ ଲୋକ ଏହି ବର୍ବର ଦୃଶ୍ୟ ରେକର୍ଡିଂ କରିଛନ୍ତି। ଏହି ସବୁ ରେକର୍ଡିଂକୁ ତଦନ୍ତ ପରିସରଭୁକ୍ତ କରାଯିବ। ୬ ସାଧାରଣ ଲୋକ, ୧୦ ପୁଲିସ ଓ ୨ ସାମ୍ବାଦିକ ଆହତ ହୋଇଛନ୍ତି। ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କେନ୍ଦ୍ରାଞ୍ଚଳ ଆଇଜି ପ୍ରକାଶ କରିଛନ୍ତି।

ବାଣପୁର ଟାଉନ ଅଞ୍ଚଳରେ ୧୪୪ ଧାରା ଜାରି ନେଇ ଆଇଜି ସୂଚନା ଦେଇ କହିଛନ୍ତି ଯେ ଏବେ ବାଣପୁର ବ୍ଲକ ନିକଟରେ ପରିସ୍ଥିତି ଶାନ୍ତ ରହିଛି। ପ୍ରତିଷେଧକମୂଳକ ପଦକ୍ଷେପ ଭାବେ ୧୪୪ ଧାରା ଜାରି କରାଯାଇଛି। ସନ୍ଧ୍ୟା ୬ଟା ପରେ ୫ରୁ ଅଧିକ ଲୋକ ଏକାଠି ନ ହେବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *