ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ
1 min readଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ। ଭାରତ ମହାସାଗର – ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
ଏପଟେ ଲଘୁଚାପ ବାତ୍ୟାର ରୂପ ନେବା ନେଇ ଚର୍ଚ୍ଚା ପ୍ରସଙ୍ଗରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ନିଜ ପ୍ରତିକ୍ରିୟା ଦେଇଛନ୍ତି। ଏଯାଏଁ ଲଘୁଚାପ ବାତ୍ୟାର ରୂପ ନେବା ନେଇ କୌଣସି ଆକଳନ କରାଯାଇ ନାହିଁ ବୋଲି କହିଛନ୍ତି।