ଆଜି ରଣବୀର-ଆଲିଆଙ୍କ ବାହାଘର: ସନ୍ଧ୍ୟା ୭ଟାରେ ମିଡିଆକୁ କରିବେ ସାମ୍ନା
1 min readମୁମ୍ବଇ: ବଲିଉଡ଼ର ଲୋକପ୍ରିୟ ତଥା ଚର୍ଚ୍ଚିତ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟ ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହେବେ। ପଞ୍ଜାବୀ ରିତି ନୀତି ଅନୁସାରେ ହେବାକୁ ଥିବା ଏହି ବିବାହ ସମାରୋହର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ନିଜ ବିବାହକୁ ଗୋପନୀୟ ରଖିବାକୁ ଦୁଇ କଳାକାର ଓ ତାଙ୍କ ପରିବାର ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖୁବ୍ ଅଳ୍ପ ଲୋକ ବିବାହରେ ଉପସ୍ଥିତ ରହିବେ। କେବଳ କିଛି ଘନିଷ୍ଠ ବନ୍ଧୁ ଓ ପରିବାରବର୍ଗଙ୍କ ଉପସ୍ଥିତିରେ ମୁମ୍ବଇର ପାଲି ହିଲ୍ ସ୍ଥିତ ବାସ୍ତୁ ଆପାର୍ଟମେଣ୍ଟରେ ଦିନ ୨ଟା ସମୟରେ ଉଭୟ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହେବେ। ଏଥିସହ ସନ୍ଧ୍ୟା ୭ଟା ସମୟରେ ସେମାନେ ମିଡିଆ ସାମ୍ନାକୁ ଆସିବେ ବୋଲି ଜଣାପଡ଼ିଛି।