ଭୁବନେଶ୍ବରରେ ପହଞ୍ଚିଲା ନେଦରଲାଣ୍ଡ୍ସ ମହିଳା ହକି ଦଳ
1 min readବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମରେ ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ଏଫ୍ଆଇଏଚ୍ ମହିଳା ପ୍ରୋ ଲିଗ୍ ହକି ମ୍ୟାଚ ଚଳିତ ଏପ୍ରିଲ ୮ ଓ ୯ରେ ଖେଳାଯିବ। ଏଥିପାଇଁ ନେଦରଲାଣ୍ଡ୍ସ ମହିଳା ହକି ଦଳ ବୁଧବାର ଭୁବନେଶ୍ବରରେ ପହଞ୍ଚିଛନ୍ତି।ଖେଳାଳିମାେନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସ୍ବାଗତ କରାଯାଇଥିଲା। ଅଧିନାୟିକା ଇଭା ଡି ଗୋଡେ କହିଛନ୍ତି ଯେ, ଭାରତ ବିଶ୍ବ ହକିର ଅନ୍ୟତମ ଶ୍ରେଷ୍ଠ ଦଳ। ଚଳିତ ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ରେ ଭାରତ ମଧ୍ୟ ଭଲ ପ୍ରଦର୍ଶନ କରୁଛି। କଳିଙ୍ଗ ଷ୍ଟାଡ଼ିୟମ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ପଡିଆ। ଏଠାରେ ଖେଳିବା ନେଇ ଆମେ ଉତ୍ସାହିତ ବୋଲି ଇଭା କହିଛନ୍ତି। ପ୍ରଶିକ୍ଷକ ଆନାନ ଆଲେସନ କହିଛନ୍ତି େଯ, ପ୍ରୋ ଲିଗ୍ ହକିରେ ଦଳ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରି ଚାଲିଛି। ଭାରତ ବିପକ୍ଷରେ କଳିଙ୍ଗ ଷ୍ଟାଡ଼ିୟମରେ ବିଜୟ ଧାରାକୁ ବଜାୟ ରଖିବା ଆମର ଲକ୍ଷ୍ୟ ରହିଛି ବୋଲି ଆଲେସେନ କହିଛନ୍ତି। ବିଶ୍ବର ଏକ ନମ୍ବର ଦଳ ନେଦରଲାଣ୍ଡ୍ସ ଚଳିତ ଏଫ୍ଆଇଏଚ୍ ମହିଳା ପ୍ରୋ ଲିଗ୍ ହକିରେ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳି ୫ଟି ବିଜୟ ଓ ଗୋଟିଏ ସୁଟ୍ଆଉଟ୍ ବିଜୟ ସହ ୧୭ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।