Pratidin TV

Odisha's Digital News Platform

ଆଜି ଭୁବନେଶ୍ୱରର ଜନ୍ମଦିନ, ୭୪ ବର୍ଷରେ ପାଦଥାପିଲା ରାଜଧାନୀ

1 min read

ଭୁବନେଶ୍ୱର: ଆଜି ମନ୍ଦିର ମାଳିନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ବର୍ଷରେ ପାଦ ଦେଇଛି ଓଡ଼ିଶାର ରାଜଧାନୀ । ଭୁବନେଶ୍ୱରକୁ ନେଇ ଓଡ଼ିଶାର ଅନେକ କିମ୍ବଦନ୍ତି ରହିଛି । ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିଲା ଭୁବନେଶ୍ୱର । ଅର୍ଥାତ୍‌ ସ୍ୱାଧୀନତାର ଠିକ୍‌ ଗୋଟିଏ ବର୍ଷ ପରେ ରାଜଧାନୀର ମାନ୍ୟତା ଭୁବନେଶ୍ୱରକୁ ଦିଆଯାଇଥିଲା । ପୂର୍ବରୁ କଟକ ଓଡ଼ିଶାର ରାଜଧାନୀ ରହିଥିଲା । ୧୯୪୮ ମସିହା ଅପ୍ରେଲ ୧୩ତାରିଖରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ସ୍ଥାପିତ କରିଥିଲେ । କୁହାଯାଏ ଭୁବନେଶ୍ୱରରେ ଅନେକ ମନ୍ଦିର ରହିଥିବାରୁ ଭୁବନେଶ୍ୱରକୁ ମନ୍ଦିର ମାଳିନୀ ସହର ବୋଲି କୁହାଯାଏ । ଭୁବନେଶ୍ୱରରେ ପ୍ରାୟ ୬ଶହ ଛୋଟବଡ଼ ମନ୍ଦିର ରହିଛି । ତାହାସହ ସମସ୍ତ ମନ୍ଦିରକୁ ନେଇ ରହିଛି କିଛିନାକିଛି କିମ୍ବଦନ୍ତି । ଭୁବନେଶ୍ୱରକୁ ଖାଲି ମନ୍ଦିର ମାଳିନୀ ସହର ନୁହେଁ ଗ୍ରୀନ୍‌ ସିଟି, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର, ତୋଷାଳୀ ବୋଲି କୁହାଯାଏ ।

Advertisement

Leave a Reply

Your email address will not be published. Required fields are marked *