Pratidin TV

Odisha's Digital News Platform

ବିଏମସିରୁ ସୁଲୋଚନା, ସିଏମସିରୁ ସୁବାସ ଓ ବ୍ରହ୍ମପୁର ପାଇଁ ସଙ୍ଘମିତ୍ରା ବିଜେଡି ପ୍ରାର୍ଥୀ

ମହାନଗର ନିଗମ ମେୟର ପଦ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ନବୀନ

ଭୁବନେଶ୍ୱର : ରାଜ୍ୟର ୩ ମହାନଗର ନିଗମ ପାଇଁ ମେୟର ପଦ ନିମନ୍ତେ ବିଜୁଜନତା ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ମେୟର ପଦ ପାଇଁ ଦଳ ପକ୍ଷରୁ ସୁଲୋଚନା ଦାସଙ୍କ ନାମ ଘୋଷଣା କରାଯାଇଛି।

ସେହିପରି କଟକ ମହାନଗର ନିଗମ ମେୟର ପଦ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂହ ଓ  ବ୍ରହ୍ମପୁର ମହାନଗର ନିଗମ ମେୟର ପଦ ପାଇଁ ସଙ୍ଘମିତ୍ରା ଦଳେଇଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆସନ୍ତା ୭ ତାରିଖରେ ପୌର ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲର ଶେ​ଷ ଦିନ ହୋଇଥିବା ବେଳେ ଖୁବ ଶୀଘ୍ର କର୍ପୋରେଟର ​ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *