ଗୁଡଭେଲାରେ ବାଇଗଣ ଚାଷୀଙ୍କୁ ମିଳୁନାହିଁ ଉପଯୁକ୍ତ ଦର
1 min readଗୁଡ଼ଭେଲା : ଗୁଡ଼ଭେଲା ବ୍ଳକରେ ବାଇଗଣ ଚାଷୀଙ୍କୁ ଉପଯୁକ୍ତ ଦର ମିଳୁ ନ ଥିବା ଅଭିଯୋଗ ହୋଇଛି । କିଲୋ ପିଛା ୩ରୁ ୫ ଟଙ୍କା ଦରରେ ବାଇଗଣ ଏବେ ବଜାରରେ ବିକ୍ରି ହେଉଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ଏଥିରେ ଚାଷୀଙ୍କ ପରିଶ୍ରମର ପାଉଣା ଦୂରେ ଥାଉ ସାର , ବିହନ ଓ ଔଷଧ ଖର୍ଚ୍ଚ ବାହାରୁ ନାହିଁ । ବିକ୍ରି ପାଇଁ ଅନ୍ୟ କୌଣସି ବ୍ୟବସ୍ଥା ନ ଥିବାରୁ ଚାଷୀ ଗାଁକୁ ଗାଁ ବୁଲି ବାଇଗଣ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସ୍ଥାନୀୟ ଲୋକଙ୍କ ଚାହିଦା ମେଣ୍ଟାଇବା ପରେ ବାକି ବାଇଗଣକୁ କମ୍ ଦରରେ ମଧ୍ୟସ୍ଥିକୁ ବିକ୍ରି କରି କ୍ଷତି ସହିବାକୁ ପଡୁଛି । ଜାମୁଟ, ବିରାମୁଣ୍ଡା, ଘୁନା ତେନ୍ତୁଳିଖୁଣ୍ଟି ପଞ୍ଚାୟତରେ ଚାଷୀଙ୍କ ଏଭଳି ପରିସ୍ଥିତିରେ ପଡିଛନ୍ତି । ପ୍ରଶାସନିକ ସ୍ତରରେ ବଜାର ବ୍ୟବସ୍ଥା କିମ୍ବା ଶିତଳ ଭଣ୍ଡାର କରିବା ପାଇଁ ଦାବି ହେଉଛି ।