କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡାକରା; ବଦଳିବେ ପିସିସି ସଭାପତି ?
1 min readଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ହୋଇପାରେ ବଡ଼ଧରଣର ଅଦଳବଦଳ । ଦଳ ଭିତରେ ବେଶ କିଛି ଦିନ ହେବ କନ୍ଦଳ ଲାଗିରହିଥିବା ବେଳେ ବର୍ତ୍ତମାନ ରାଜ୍ୟ କଂଗ୍ରେସରେ ଝଡ଼ ଥମିବ ବୋଲି ଅନୁମାନ କରାଯାଉଛି । କାରଣ କଂଗ୍ରେସର ସମସ୍ତ ବିଧାୟକଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ଆସନ୍ତା ୫ ତାରିଖରେ ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଛି । ଦିଲ୍ଲୀରେ ରାଜ୍ୟ କଂଗ୍ରେସର ସମସ୍ତ ବିଧାୟକ ପହଞ୍ଚିବା ପରେ ରାହୁଲ ଗାନ୍ଧୀ ସେମାନଙ୍କ ସହ ଆଲୋଚନା କରିବେ ବୋଳି କୁହାଯାଉଛି । ତାହାଛଡ଼ା ଦଳରେ ଲାଗି ରହିଥିବା ପିସିସି ସଭାପତି ଚୟନ ଉପରେ ଏହି ଡାକରା ରୋକ୍ ଲାଗାଇପାରେ । କାରଣ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବା ପରେ ନୂତନ ପିସିସି ସଭାପତି ଚୟନ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବିଧାୟକ ମାନଙ୍କୁ ଦିଲ୍ଲୀରୁ ଡାକରା ଆସିଥିବା ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି ।