Pratidin TV

Odisha's Digital News Platform

୨୦୧୦ ପୂର୍ବରୁ ହିଁ ଜନ୍ମ ନେଇଥିଲେ ଦିଅ କୋରବେଭାକ୍ସ: ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୧୬ରୁ ଦେଶରେ ୧୨ରୁ ୧୪ ବର୍ଷର ପିଲାମାନଙ୍କର ଟିକାକରଣ ଆରମ୍ଭ ହେବାକୁ ଯାଉଛି | ଆଉ ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି | ଏହି ଚିଠିରେ କୁହାଯାଇଛି ଯେ ଏ ପର୍ଯ୍ୟନ୍ତ ଦେଶରେ ୯୫.୫ ପ୍ରତିଶତରୁ ଅଧିକ ନାଗରିକଙ୍କୁ(୧୫ ବର୍ଷରୁ ଉର୍ଦ୍ଧ୍ବ) ପ୍ରଥମ ଡୋଜ ଟିକା ଦିଆଯାଇଥିବାବେଳେ ୮୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଟିକାର ଦୁଇଟି ଡୋଜ ଦିଆଯାଇଛି |

ପାଖାପାଖି ୧୮୦ କୋଟିରୁ ଅଧିକ ଡୋଜ ଦିଆଯାଇଥିବାବେଳେ ଆସନ୍ତା ମାର୍ଚ୍ଚ ୧୬ରୁ ୧୨ରୁ ୧୪ ବର୍ଷର ପିଲାଙ୍କୁ କୋଭିଡ ଟିକା ଦିଆଯିବ | ତେବେ ଏହି ବର୍ଗର ପିଲାମାନଙ୍କୁ କେବଳ କୋରବେଭାକ୍ସ ଟିକା ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ଥିବାବେଳେ ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ କିଭଳି ଅଧିକ ସଂଖ୍ୟାରେ ପ୍ରିକକ୍ସନ ଡୋଜ ଦିଆଯାଇପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ସ୍ୱାସ୍ଥ୍ୟ ସଚିବ ମୁଖ୍ୟ ଶାସନ ସଚିବ ମାନଙ୍କୁ ତଦାରଖ କରିବାକୁ କୁହାଯାଇଛି | ଯେଉଁ ପିଲାମାନେ ମାର୍ଚ୍ଚ ୧୫, ୨୦୧୦ ପୂର୍ବରୁ ଜନ୍ମ ହୋଇଥିବେ ସେମାନଙ୍କୁ ହିଁ କୋରବେଭାକ୍ସ ଟିକା ଦିଆଯିବ ବୋଲି କୁହାଯାଇଛି |

Leave a Reply

Your email address will not be published. Required fields are marked *