ଦେଶଦ୍ରୋହ ଆଇନ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ
1 min readନୂଆଦିଲ୍ଲୀ: ଦେଶଦ୍ରୋହ ଆଇନ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଚାଲିଥିବା ସମସ୍ତ ମାମଲା ଉପରେ ରୋକ୍ ଲଗାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତାହା ସହିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନୂଆ ମାମଲା ଦାୟର ନକରିବାକୁ ସୁପ୍ରିମକୋର୍ଟ ରାୟରେ କହିଛନ୍ତି । ଏହି ଶୁଣାଣି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ.ଭି ରମଣାଙ୍କ ନେତୃତ୍ୱାଧିନ ଖଣ୍ଡପୀଠରେ ହୋଇଥିବା ବେଳେ ଦେଶଦ୍ରୋହ ମାମଲାରେ ବନ୍ଦୀଥିବା ବ୍ୟକ୍ତିଙ୍କୁ ମଧ୍ୟ ସୁପ୍ରିମକୋର୍ଟ କିଛି ପରାମର୍ଶ ଦେଇଛନ୍ତି । ଆଇପିସି ୧୨୪ଏରେ ବନ୍ଦୀ ଥିବା ବ୍ୟକ୍ତିଙ୍କ ମୁକ୍ତି ପାଇଁ ଆବେଦନ କରିପାରିବେ । ପ୍ରାଧିକୃତ କୋର୍ଟରେ ମୁକ୍ତି ବା ଜାମିନ ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ମାମଲାରେ ଜାମିନରେ ଥିବା ବ୍ୟକ୍ତିଙ୍କ ଜାମିନ ଅବଧି ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖାଲି ସେତିକି ନୁହେଁ ଏହି ମାମଲାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଇନର ସମୀକ୍ଷା କରିବାକୁ କହିଛନ୍ତି ।