Pratidin TV

Odisha's Digital News Platform

ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପରେ ଏବେ ୫୦ ଟଙ୍କା ବଢ଼ିଲା ଏଲପିଜି ସିଲିଣ୍ଡର ଦର

1 min read

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ହେତୁ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପରେ ଏବେ ବଢ଼ିଛି ଏଲପିଜି ସିଲିଣ୍ଡର ଦର। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ପଇସା ବୃଦ୍ଧି ପାଇଥିବା ବେଳେ ଏଲପିଜି ସିଲିଣ୍ଡର ଦର ୫୦ଟଙ୍କା ବୃଦ୍ଧି ପାଇଛି। ୧୪.୨କେଜି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ଟଙ୍କା ବୃଦ୍ଧି ପାଇଥିବା ବେଳେ ଏବେ ଆପଣଙ୍କୁ ଗୋଟେ ସିଲିଣ୍ଡର କିଣିବା ପାଇଁ ୯୪୯.୫୦ ଟଙ୍କା ଦେବାକୁ ହେବ। ପେଟ୍ରୋଲ-ଡିଜେଲର ଓ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପୂର୍ବରୁ, ପ୍ରମୁଖ ଦୁଗ୍ଧ କମ୍ପାନିଗୁଡିକ କ୍ଷୀର ପ୍ୟାକେଟର ଦାମ ବଢ଼ାଇଥିଲେ। କ୍ଷୀର ଲିଟର ପିଛା ୨-୫ ଟଙ୍କା ବୃଦ୍ଧି କରାଯାଇଥିଲା। ଦିନକୁ ଦିନ ଏଭଳି ଦର ବୃଦ୍ଧି ହେଉଥିବା ବେଳେ ଲୋକେ ମୁଣ୍ଡରେ ହାତ ଦେଇଛନ୍ତି।।

ଅନେକ ମାସର ବ୍ୟବଧାନ ପରେ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି ପାଇଛି। ଶେଷ ଥର ପାଇଁ ଘରୋଇ ଏଲପିଜି ସିଲିଣ୍ଡରର ଦର ଅକ୍ଟୋବର ୬, ୨୦୨୧ରେ ବୃଦ୍ଧି ପାଇଥିଲା। ଦର ବୃଦ୍ଧି ପରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୯୪୯.୫ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ଏହାର ଦାମ୍ ୮୯୯.୫୦ ଟଙ୍କା ଥିଲା।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୭୬ ଟଙ୍କାକୁ ବୃଦ୍ଧି ପାଇଛି। ଏହାପୂର୍ବରୁ କୋଲକାତାରେ ଏହାର ମୂଲ୍ୟ ୯୨୬ଟଙ୍କା ଥିଲା। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୮୭.୬ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ପାଟନାରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୪୭.୫ ଟଙ୍କାକୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *