Pratidin TV

Odisha's Digital News Platform

ଜାତୀୟ ରାଜପଥ ପ୍ରକଳ୍ପ ଜମି ଅଧିଗ୍ରହଣ ତ୍ୱରାନ୍ବିତ କରିବାକୁ ସମୀକ୍ଷା ବୈଠକ

ଭୁବନେଶ୍ୱର,୨|୩(ନି.ପ୍ର): ରାଜ୍ଯରେ ବିଭିନ୍ନ ଜାତୀୟ ରାଜପଥର ଜମି ଅଧିଗ୍ରହଣ କାର୍ଯ୍ଯ ତ୍ୱରାନ୍ବିିତ କରିବା ପାଇଁ ଅନୁଷ୍ଠିତ ହୋଇଛି ଏକ ସମୀକ୍ଷା ବୈଠକ| ବୈଠକରେ ଅଧ୍ୟକ୍ଷତା କରିଥିଲେ ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ଯ ଶାସନ ସଚିବ ସତ୍ଯବ୍ରତ ସାହୁ| ବୈଠକରେ ବିଭାଗର ବରିଷ୍ଠ ଅଧିକାରୀଗଣ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ| ଗତ ଏକ ମାସ ମଧ୍ୟରେ ବିଭିନ୍ନ ଜାତୀୟ ରାଜପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ଯ ତ୍ୱରାନ୍ବିିତ ହୋଇଥିବାରୁ ଜାତୀୟ ରାଜପଥ ପ୍ରାଧିକରଣର ବରିଷ୍ଠ ଅଧିକାରୀଗଣ ଅତିରିକ୍ତ ମୁଖ୍ଯ ଶାସନ ସଚିବ ଓ ରାଜସ୍ବ ବିଭାଗର ଅଧିକାରୀମାନଙ୍କୁ ଧନ୍ଯବାଦ ଦେଇଥିଲେ| ଗତ ଏକ ମାସ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ଯରେ ବିଭିନ୍ନହିତାଧିକାରୀମାନଙ୍କୁ ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ୧୦୧ କୋଟି ପ୍ରାପ୍ଯ ବଣ୍ଟନ କରାଯାଇଛି |

ଜାତୀୟ ରାଜପଥ ୫୫ର କଟକ ଅନୁଗୁଳ ଭାଗ ମଧ୍ୟରେ ୨୧ ଗ୍ରାମ ମଧ୍ୟରୁ ୧୭ ଗ୍ରାମରେ ଦାଖଲ ଖାରଜ ମାମଲା ସମ୍ପୂର୍ଣ୍ଣ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ସମସ୍ତ ଜମି ହସ୍ତାନ୍ତର କରାଯାଇଥିବାବେଳେ ଅନୁଗୁଳ ସମ୍ବଲପୁର ଭାଗ ମଧ୍ୟରେ ସମୁଦାୟ ୭୦ ଗ୍ରାମ ମଧ୍ୟରୁ ୬୧ ଗ୍ରାମରେ ଦାଖଲ ଖାରଜ ମାମଲା ସମ୍ପୂଣ୍ଣର୍ର୍ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ସମସ୍ତ ଜମି ହସ୍ତାନ୍ତର କରାଯାଇଛି| ଏହା ବ୍ଯତୀତ ଗତ ଏକ ମାସ ମଧ୍ୟରେ ବହୁ ଦାଖଲ ଖାରଜ ମାମଲା ହେବାସହ ରେକର୍ଡ ସଂଶୋଧନ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର କରାଯାଇଛି| ଅତିରିକ୍ତ ମୁଖ୍ଯ ଶାସନ ସଚିବ କୋରାପୁଟ ଜିଲ୍ଲାପାଳଙ୍କୁ ଶୁଙ୍କିଠାରୁ ବୋରିଗୁମ୍ମା ଯାଏ ଜାତୀୟ ରାଜପଥର ଜମି ଅଧିଗ୍ରହଣ କାର୍ଯ୍ଯ ତ୍ୱରାନ୍ବିିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି|

ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିୟମିତ ଭାବେ ସମୀକ୍ଷା ବୈଠକ ନେଇ ଜମି ଅଧିଗ୍ରହଣ କାର୍ଯ୍ଯ ତ୍ୱରାନ୍ବିିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି| ହିତାଧିକାରୀଙ୍କୁ ନିୟମ ଅନୁଯାୟୀ ପ୍ରାପ୍ଯ ବଣ୍ଟନ ପରେ ତତ୍କାଳ ଦାଖଲ ଖାରଜ ଫଇସଲା କରି ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର ଉପରେ ଗୁରୁତ୍ୱାରୋପ କରିବାସହ ଅତିରିକ୍ତ ମୁଖ୍ଯ ଶାସନ ସଚିବ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣଦେଶ ଓ ରାଜ୍ଯରେ ଜାତୀୟ ରାଜପଥ ଗୁଡିକ ସରବରାହର ଅନ୍ଯତମ ମୁଖ୍ଯ ମାଧ୍ୟମ ା ତେଣୁ ଜାତୀୟ ରାଜପଥ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ଯକୁ ତ୍ୱରାନ୍ବିିତ କରିବା ଓ ଜମି ହସ୍ତାନ୍ତର କାର୍ଯ୍ଯକୁ ଅଗ୍ରାଧିକାର ଭିତ୍ତିରେ ସମାପନ କରିବାକୁ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ଯ ଶାସନ ସଚିବ| ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା ବିଭାଗ ପକ୍ଷରୁ ନିୟମିତ ଭାବେ ସମୀକ୍ଷା ବୈଠକ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁିକର କାର୍ଯ୍ଯ ତ୍ୱରାନ୍ବିିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଉଛି ା ପରେ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀମାନେ ତୁରନ୍ତ କାମ ଆରମ୍ଭ ଓ ତ୍ୱରାନ୍ବିିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି|

Leave a Reply

Your email address will not be published. Required fields are marked *