Pratidin TV

Odisha's Digital News Platform

ଭାରତ ନିୟନ୍ତ୍ରଣରେ ମୋହାଲି ଟେଷ୍ଟ, ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ

1 min read

ମୋହାଲି :  ମୋହାଲିଠାରେ ଖେଳାଯାଉଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ୨ୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ନିଜର ସ୍ଥିତି ସୁଦୃଢ କରିନେଇଛି । ଭାରତର ପ୍ରଥମ ଇନିଂସ ସ୍କୋର ୫୭୪ରନ ଜବାବରେ ଶ୍ରୀଲଙ୍କା ଷ୍ଟମ୍ସ ଅପସାରଣ ବେଳକୁ ୪ ଓ୍ବିକେଟ ହରାଇ ୧୦୮ ରନ କରିଛି । ଫଳରେ ଦଳ ଏବେ ୪୬୬ ରନରେ ପଛୁଆ ରହିଛି ।

ଶ୍ରୀଲଙ୍କା ପକ୍ଷରୁ ଦିମୁଥ କରୁଣାରତ୍ନେ ୨୮ ରନ କରିଥିବାବେଳେ ଲାହିରୁ ଥିରିମାନେ ୧୭ ରନ କରି ଆଉଟ ହୋଇଥିଲେ । ସେହିପରି ଆଞ୍ଜେଲୋ ମାଥ୍ୟୁ ୨୨ ରନ କରି ବୁମରାଙ୍କ ବଲରେ ଆଉଟ ହୋଇଥିଲେ । ଧନଞ୍ଜୟ ଡିସିଲଭା ମାତ୍ର ୧ ରନ କରି ଆଉଟ ହୋଇଥିଲେ । ଏବେ କ୍ରିଜରେ ପ୍ରଥୁମ ନିଶଙ୍କା ୨୬ ରନ ଓ ଚରିଥ୍ ଅସଲଙ୍କା ୧ ରନ କରି ଅପରାଜିତ ଅଛନ୍ତି ।

ଭାରତ ନିଜର ପ୍ରଥମ ଇନିଂସରେ ୮ ଓ୍ବିକେଟରେ ୫୭୪ ରନ କରି ନିଜର ପାଳି ଘୋଷଣା କରିଥିଲା । ଏହି ବିଶାଳ ସ୍କୋର ଛିଡ଼ା କରିବାରେ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଅବଦାନ ଦେଇଛନ୍ତି ରବୀନ୍ଦ୍ର ଜାଦେଜା । ଅପରାଜିତ ୧୭୫ ରନ କରିଥିବା ଜାଦେଜା ନିଜ କ୍ୟାରିୟରର ସବୁଠାରୁ ବଡ଼ ଇନିଂସ ଖେଳିଛନ୍ତି । ସେହିପରି ଭାରତୀୟ ଇନିଂସରେ ଋଷଭ ପନ୍ତ୍ ୨ୟ ସର୍ବାଧିକ ସ୍କୋର ୯୬ ରନ କରି ଆଉଟ ହୋଇଥିଲେ । ଅନ୍ୟପକ୍ଷରେ ରବିଚନ୍ଦ୍ରନ ଅଶ୍ବୀନ ୬୦ ରନ, ହନୁମା ବିହାରି ୫୮ ରନ କରିଥିଲେ । ଭାରତର ଦୁଇ ଓପନର  ମୟଙ୍କ ଅଗ୍ରଓ୍ବାଲ ଓ ରୋହିତ ଶର୍ମା ଦଳ ପାଇଁ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ରୋହିତ ୨୯ ଓ ମୟଙ୍କ ୩୩ ରନ କରିଥିଲେ । ସେହିପରି ୧୦୦ତମ ଟେଷ୍ଟ ଖେଳୁଥିବା ବିରାଟ କୋହଲି ୪୫ ରନ କରି ଆଉଟ ହୋଇଥିଲେ ।

Leave a Reply

Your email address will not be published. Required fields are marked *