Pratidin TV

Odisha's Digital News Platform

ଆଜିଠୁ ରୁଷ ଉପରେ ଇନଷ୍ଟାଗ୍ରାମ ଲଗାଇଲା କଟକଣା

ନୂଆଦିଲ୍ଳୀ: ରୁଷ ଉପରେ ଇନଷ୍ଟାଗ୍ରାମ ଲଗାଇଲା କଟକଣା । ଆଜିଠୁ ରୁଷରେ ଇନଷ୍ଟାଗ୍ରାମକୁ ବାରଣ କରାଯାଇଛି । ପୂର୍ବରୁ ଫେସବୁକ୍‌ ପୁଟିନଙ୍କ ବିରୋଧରେ ନିୟମ ବଦଳାଇଥିଲା । ପରେ ଏବେ ଇନଷ୍ଟାଗ୍ରାମ ଏହି ପଦକ୍ଷେପ ନେଇଛି । କେବଳ ଏହି କାରଣରୁ ରୁଷ ୮ କୋଟି ଲୋକଙ୍କ ଠାରୁ ଯୋଗାଯୋଗରେ ବିଚ୍ଛିନ୍ନ ହେବ । ଏନେଇ ରୁଷର ଯୋଗାଯୋଗ ଏଜେନ୍ସି ରୋସକୋମନାଦଜୋର କହିଛନ୍ତି ଏହି ନିଷେଧାଦେଶର କାରଣ ହେଉଛି କିଛି ନିୟମ ଉଲ୍ଲଂଘନ କରାଯାଇଛି । ଇନଷ୍ଟାଗ୍ରାମର ମୁଖ୍ୟ ଅଦମ ମୋସେରୀ ଏନେଇ ମଧ୍ୟ ଟୁଇଟ୍‌ କରିଛନ୍ତି । ସେ ଏକ ଟୁଇଟରେ କହିଛନ୍ତି ଏହା ଭୁଲ । ଇନଷ୍ଟାଗ୍ରାମ ଉପରେ ଦେଶର ପ୍ରତିବନ୍ଧକ ୮୦ ମିଲିୟନ ରୁଷିଆକୁ ଏବଂ ଅନ୍ୟ ଦେଶରୁ ହ୍ରାସ କରିବ । ରୁଷର ୮୦% ଲୋକ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି ।

Leave a Reply

Your email address will not be published. Required fields are marked *