ଜର୍ମାନିରେ କଂଗ୍ରେସକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ:୧ ଟଙ୍କାରୁ ମାତ୍ର ୧୫ ପଇସା ଲୋକଙ୍କ ପାଖରେ ପହଞ୍ଚୁ ଥିଲା
1 min readଆଦିଲ୍ଲୀ: ‘ବିଜେପି’ ସରକାର ଦେଶବାସୀଙ୍କ ନିକଟରେ ସବୁଠୁ ଅଧିକ ଲାଭ ପହଞ୍ଚାଉଛି କହି ସୋମବାର ଦିନ ଜର୍ମାନିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଭାରତୀୟ ସମ୍ପ୍ରଦାୟର ୧୬୦୦ରୁ ଊର୍ଦ୍ଧ୍ବ ଜନତାଙ୍କୁ ଉଦ୍ବୋଧନ ଦେବା ବେଳେ ସେ କହିଲେ, କାହାର ପଞ୍ଝା ସେ ୮୫ ପଇସା ନେଇଯାଉଥିଲା?ଦେଶର ବିକାଶରୁ ଲୋକେ ଉପକୃତ ହେଉଛନ୍ତି ବୋଲି ନିଜର କୃତୀତ୍ବ ଉପରେ ଆଲୋକପାତ କରି ‘ବିଜେପି’ ଅନେକ ଥର ଏଭଳି ମନ୍ତବ୍ୟ ଦେଇ ଆସୁଛି।
ସ୍ମରଣଯୋଗ୍ୟ, ଦେଶ ଯେତେ ଉପାର୍ଜନ କରୁଛି ସେଥିରୁ କାଣିଚାଏ ମାତ୍ର ଜନସାଧାରଣଙ୍କ ପାଖକୁ ଯାଉଛି ବୋଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଦେଶ୍ୟ କରି ପ୍ରଧାନମନ୍ତ୍ରୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ଜର୍ମାନିରେ ଥିବା ଭାରତୀୟ ବଂଶୋଦ୍ଭବମାନଙ୍କୁ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ନୂଆ ଭାରତ ଆଉ କେବଳ ସୁରକ୍ଷିତ ଭବିଷ୍ୟତ କଥା ଭାବୁ ନାହିଁ, କ୍ଷତି ହେବାର ସମ୍ଭାବନା ଥିବା କାମ ହାତକୁ ନେଉଛି, ନୂଆ ଚିନ୍ତା କରୁଛି ଏବଂ ତା’ର ବିକାଶ କରୁଛି। ମୋର ମନେଅଛି, ୨୦୧୪ ବେଳକୁ ଦେଶରେ ମାତ୍ର ୨୦୦ରୁ ୪୦୦ ନୂତନ ଉଦ୍ୟୋଗ ଥିଲା। ଆଜି ଦେଶରେ ୬୮ ହଜାରରୁ ଅଧିକ ନୂତନ ଉଦ୍ୟୋଗ ଏବଂ ସେଥିରୁ ବହୁ କୋଟିପତି ହୋଇଗଲେଣି।