Pratidin TV

Odisha's Digital News Platform

ଚିରା ଜିନ୍‌ସ୍‌ ପିନ୍ଧା ଆମ ସଂସ୍କୃତିରେ ନାହିଁ: ତୀରଥ ସିଂହ ରାୱତ୍‌

1 min read

ନୂଆଦିଲ୍ଲୀ: ଚିରା ଜିନ୍‌ସ୍‌ ପିନ୍ଧିବା ଭାରତୀୟ ସଂସ୍କୃତିରେ ନାହିଁ ବୋଲି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ୍ ଦେଇଥିବା ମନ୍ତବ୍ୟରେ ଅଟଳ ଅଛନ୍ତି।ଚିରା ଜିନ୍‌ସ୍‌ ପିନ୍ଧୁଥିବା ମହିଳାଙ୍କୁ ସମାଲୋଚନା କରି ଗତବର୍ଷ ବିବାଦୀୟ ହୋଇପଡ଼ିଥିବା ତୀରଥ ସିଂହ ରାୱତ୍ ପୂର୍ବ ବିବୃତିକୁ ପୁଣି ଦୋହରାଇଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ଅନେକ ଲୋକ ମୋ ବିବୃତିକୁ ଓ ମନୋଭାବକୁ ସମର୍ଥନ କରିଥିଲେ। ଚିରା ଜିନ୍‌ସ୍‌ ଆମ ସଂସ୍କୃତିର ଅଂଶବିଶେଷ ନୁହେଁ। ଆଜି ମଧ୍ୟ ଚିରା ଜିନ୍‌ସ୍‌ ବିରୋଧରେ ମୁଁ ଦେଇଥିବା ବିବୃତି ପ୍ରତି ଅଟଳ ରହିଛି।

ଉଲ୍ଲେଖଯୋଗ୍ୟ, ୨୦୨୧ ମାର୍ଚରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ପରେ ପରେ ରାୱତ୍ କହିଥିଲେ, ଯୁବତୀମାନେ ବିଚିତ୍ର ଫେସନ୍‌ ସ୍ରୋତରେ ଭାସିଯାଉଛନ୍ତି। ପିଲାମାନଙ୍କ ସହିତ ବିମାନରେ ଯାଉଥିବା ଜଣେ ମହିଳା ଚିରା ଜିନ୍ସ୍‌ ଓ ବୁଟ୍‌ ପିନ୍ଧିଥିବା ଦେଖି ସେ ମର୍ମାହତ ହୋଇଥିଲେ ବୋଲି କହିଥିଲେ।

Advertisement

ଯୁବତୀମାନଙ୍କ ବେଶପୋଷାକ ଚୟନ ବିଷୟରେ ଅଧିକ ବ୍ୟାଖ୍ୟା କରି ତୀରଥ ସିଂହ ରାୱତ୍ କହିଛନ୍ତି, ଏଭଳି ଯୁବତୀମାନେ ଯଦି ସମସ୍ୟା ସମାଧାନ କରିବା ନିମନ୍ତେ ସମାଜରେ ବୁଲି ବୁଲି ଜନସାଧାରଣଙ୍କୁ ଭେଟିବେ, ଆମେ ଆମ ସମାଜ ଓ ପିଲାମାନଙ୍କୁ କି ପ୍ରକାରର ବାର୍ତ୍ତା ଦେବା? ସବୁ କଥା ଘରୁ ଆରମ୍ଭ ‌ହୁଏ। ଆମେ ଯାହା କରନ୍ତି, ପିଲାଏ ତାହା ଅନୁକରଣ କରନ୍ତି। ଘରୁ ଠିକ୍‌ ସଂସ୍କାର ପାଇଥିବା ପିଲା, ଯେତେ ଆଧୁନିକ ହେଲେ ବି ଜୀବନରେ ପରାଜୟ ସ୍ବୀକାର କରେନାହିଁ।

ଏଭଳି ମନ୍ତବ୍ୟ ଲାଗି ଅନେକ ନାଗରିକ ଏବଂ ବିଖ୍ୟାତ ବ୍ୟକ୍ତିବିଶେଷ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ରାଜନୈତିକ ଦଳଗୁଡ଼ିକ ମଧ୍ୟ ସେମାନଙ୍କ ସହ ମିଶି ତାଙ୍କୁ ନିନ୍ଦା କରିଥିଲେ।

ସବୁ ଆଡୁ ଚାପଗ୍ରସ୍ତ ହୋଇ ଶେଷରେ ତୀରଥ ସିଂହ ରାୱତ୍‌ କ୍ଷମା ମାଗିବା ସହ କହିଥିଲେ କି, ଚିରା ଜିନ୍‌ସ୍‌ ପ୍ରତି ତାଙ୍କର କୌଣସି ଆପତ୍ତି ନାହିଁ, କିନ୍ତୁ ଚିରା ଜିନ୍‌ସ୍‌ ପିନ୍ଧିବା ଅନୁଚିତ।

ଏହାର ମାତ୍ର ୪ ମାସରୁ କମ୍‌ ସମୟ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ପୁଷ୍କର ସିଂହ ଧାମୀ ନୂଆ ମୁଖ୍ୟମନ୍ତ୍ରୀ ‌ହୋଇଥିଲେ।

Leave a Reply

Your email address will not be published. Required fields are marked *