କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ଘଟଣା ପରେ ଜମ୍ମୁ ଓ କଶ୍ମୀରରେ ରାତି ସାରା ପ୍ରତିବାଦ
1 min read୨୦୧୦ରେ ଆରମ୍ଭ ହୋଇଥିବା ‘ସ୍ବତନ୍ତ୍ର କର୍ମସଂସ୍ଥାନ ପ୍ୟାକେଜ୍’ରେ ସରକାରୀ ଚାକିରି ଦିଆଯିବାରୁ କଶ୍ମୀରର ବିଭିନ୍ନ ପ୍ରାନ୍ତରେ ଥିବା ଅସ୍ଥାୟୀ ଶିବିରରେ ୪ ହଜାରରୁ ଅଧିକ କଶ୍ମୀରୀ ପଣ୍ଡିତ ବାସ କରୁଛନ୍ତି
କଶ୍ମୀରୀ ପଣ୍ଡିତ ସମ୍ପ୍ରଦାୟର ସଦସ୍ୟମାନେ ନିଜ ନିଜର ଅସ୍ଥାୟୀ ଶିବିର ଛାଡ଼ି ରାସ୍ତା ଅବରୋଧ କରିବା ସହ କେନ୍ଦ୍ର ସରକାର ଓ ‘ବିଜେପି’ ବିରୋଧରେ ସ୍ଲୋଗାନ୍ ଦେଉଛନ୍ତି।୨୦୧୦ରେ ଆରମ୍ଭ ହୋଇଥିବା ‘ସ୍ବତନ୍ତ୍ର କର୍ମସଂସ୍ଥାନ ପ୍ୟାକେଜ୍’ରେ ସରକାରୀ ଚାକିରି ଦିଆଯିବାରୁ କଶ୍ମୀରର ବିଭିନ୍ନ ପ୍ରାନ୍ତରେ ଥିବା ଅସ୍ଥାୟୀ ଶିବିରରେ ୪ ହଜାରରୁ ଅଧିକ କଶ୍ମୀରୀ ପଣ୍ଡିତ ବାସ କରୁଛନ୍ତି।ଉତ୍ତ୍ୟକ୍ତ ପ୍ରତିବାଦକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ଆଉ କେତେକ ସ୍ଥାନରେ ‘ମହମବତି ପଦଯାତ୍ରା’ ମଧ୍ୟ ଆୟୋଜିତ ହୋଇଥିଲା।