Pratidin TV

Odisha's Digital News Platform

ମାର୍କେଟରେ ଲେମ୍ବୁ କେଜି ୪୦୦, ଖୁବଶୀଘ୍ର ବଢ଼ିବ ଟମାଟୋ ଦାମ, ଜାଣନ୍ତୁ ଏହା ପଛର କାରଣ

1 min read

ନୂଆଦିଲ୍ଲୀ: ବଜାରରେ ବର୍ତ୍ତମାନ ଲେମ୍ବୁର ଦର ଅହେତୁକ ଭାବେ ବୃଦ୍ଧି ପାଇଛି । କିଛିଦିନ ପୂର୍ବରୁ ଲେମ୍ବୁ କେଜି ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୩୦୦ରୁ ୪୦୦ ଟଙ୍କାରେ ବିକ୍ରି ହେଉଛି । ଏହାଫଳରେ ଗୋଟିଏ ଲେମ୍ବୁର ଦାମ୍ ୧୦ରୁ ୧୮ ଟଙ୍କାରେ ପହଞ୍ଚିଛି । ତେବେ ଏହା ମଧ୍ୟରେ ଖାଉଟିଙ୍କ ପାଇଁ ଆସିଛି ଆଉ ଏକ ନିରାଶାଜନକ ଖବର । ଖୁବଶୀଘ୍ର ଟମାଟୋ ଦର ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି ।

ଟମାଟୋ ଦର ବୃଦ୍ଧି ପାଇବ ବୋଲି ବଡ଼ ଚାଷୀଙ୍କ ସୂତ୍ରରୁ ସଙ୍କେତ ମିଳିଛି । ଏହି ଦର ବଢ଼ିବାର ମୁଖ୍ୟ କାରଣ ହେଉଛି ଟମାଟୋରେ ଟୁଟା ଆବସୋଲୁଟା କୀଟର ସଂକ୍ରମଣ । ଗତ ୩ ବର୍ଷ ଧରି ଏହି କୀଟ ଟମାଟୋ ଉପରେ ଆକ୍ରମଣ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି । ଏହି କୀଟ ଥରେ ଫସଲରେ ଲାଗିଲେ ତାହାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦିଅନ୍ତି । ଫଳରେ ଟମାଟୋ ମହଙ୍ଗା ହେବ ବୋଲି କିଷାନମାନେ ଆଶଙ୍କା କରିଛନ୍ତି ।

Advertisement

ବର୍ତ୍ତମାନ ଟମାଟୋ କିଲୋ ଗୁଣବତ୍ତା ହିସାବରେ ବିଭିନ୍ନ ସହରରେ ୨ରୁ ୪୦ ଟଙ୍କା ମଧ୍ୟରେ ରହିଛି । ଉତ୍ପାଦନରେ ହ୍ରାସ ଘଟିଲେ ଦାମରେ ବୃଦ୍ଧି ଘଟିବ । ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ଟମାଟୋର ଉତ୍ପାଦନ ଅଧିକ ମାତ୍ରାରେ ହେଉଛି । ତେବେ କିଷାନମାନେ ଟମାଟୋ ମହଙ୍ଗା ହେବ ବୋଲି ପୂର୍ବାନୁମାନ କରିଥିଲେ ହେଁ ଏଭଳି ଫସଲକୁ ଷ୍ଟୋର କରି ଅଧିକ ପର୍ଯ୍ୟନ୍ତ ରଖିବା ସମ୍ଭବ ନୁହେଁ । ତେଣୁ ଆପଣମାନେ ଏହାକୁ ମହଙ୍ଗା ଦରରେ କିଣିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ ।

Leave a Reply

Your email address will not be published. Required fields are marked *