ବିବାହ ବେଳେ ବିଦ୍ୟୁତ୍ କାଟ୍ ଯୋଗୁ ବର ଅଦଳବଦଳ
1 min readଭୋପାଳ: ବିଦ୍ୟୁତ୍ କାଟ୍ ଯୋଗୁ ମଧ୍ୟପ୍ରଦେଶରେ ଏକ ଭିନ୍ନ ଖବର ସାମ୍ନାକୁ ଆସିଛି । ବିବାହ କାର୍ଯ୍ୟ ଆରମ୍ଭ ହେବା ବେଳେ ବିଦ୍ୟୁତ୍ କାଟ୍ ଯୋଗୁ ବର ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ମଧ୍ୟପ୍ରଦେଶର ଇଙ୍ଗୋରିଆରେ ଘଟିଥିବା ବେଳେ ବିଦ୍ୟୁତ୍ ଆସିବା ପରେ ଏହି ବାହାଘରକୁ ବନ୍ଦ କରାଯାଇଥିଲା । ସୂଚନା ମୁତାବକ ଆସାଲାନା ଗାଁରେ ରମେଶଲାଲାଙ୍କ ତିନି ଝିଅ ଏବଂ ଗୋଟିଏ ପୁଅଙ୍କ ବିବାହ ଥିଲା । ରୀତିନୀତି ଅନୁଯାୟୀ ମମସ୍ତଙ୍କ ବିବାହ ସମ୍ପନ୍ନ ହେଉଥିଲା । ରମେଶଲାଲାଙ୍କ ଦୁଇ ଝିଅ ନିକିତା ଏବଂ କରିସ୍ମା ଡାଙ୍ଗୱାଡାର ଭୋଲା ଏବଂ ଗଣେଶଙ୍କୁ ବିବାହ କରିଥିଲେ। ଜଣେ ଝିଅ କରିସ୍ମା ଗଣେଶଙ୍କୁ ବିବାହ କରୁଥିବା ବେଳେ ଅନ୍ୟ ଜଣେ ଝିଅ ଭୋଲାଙ୍କୁ ବିବାହ କରୁଥିଲେ । ହେଲେ ସେହି ସମୟରେ ହଠାତ୍ ବିଦ୍ୟୁତ୍ କାଟ୍ ହୋଇଯାଇଥିଲା । ଫଳରେ ନିକିତା ଗଣେଶଙ୍କ ହାତ ଧରିଥିଲେ ଏବଂ କରିସ୍ମା ଭୋଲାଙ୍କ ହାତ । ପରେ ବିଦ୍ୟୁତ୍ ଆସିବା ପରେ ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଉଭୟ ଦୁଇ ବରକନ୍ୟାଙ୍କୁ ସକାଳ ସମୟରେ ସାତ ଫେରାବେଳେ ବିବାହ କାର୍ଯ୍ୟରେ ସଂଶୋଧନ କରାଯାଇଥିଲା ।