Pratidin TV

Odisha's Digital News Platform

ମୋବାଇଲ୍ ନେଟ୍ଓ୍ୱାର୍କ ପାଇଁ ଗ୍ରାମବାସୀଙ୍କ ଅଭିନବ କୌଶଳ

ବାଲିଗୁଡା,୧|୩(ନି.ପ୍ର.): ରାଜ୍ଯର ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାକୁ ଆଜିଯାଏ ଶତ ପ୍ରତିଶତ ମୋବାଇଲ୍ ନେଟଓ୍ୱାର୍କ ଅଭାବରୁ କିଏ ଗଛ ଉପରେ ତ ଆଉ କିଏ ପାହାଡ଼ ମୁଣ୍ଡିଆ ଉପରେ ବସି ପାଠ ପଢୁଛନ୍ତିା ଏଭଳି ପରିସ୍ଥିତିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବ୍ଲକ୍ ରଟିଙ୍ଗିଆ ପଞ୍ଚାୟତ ଅଧୀନ ମଗରଗୁଡ଼ା ଗ୍ରାମରେ ମୋବାଇଲ୍ ନେଟଓ୍ୱାର୍କ ପାଇଁ ଗ୍ରାମବାସୀ ଅଭିନବ କୌଶଳ ଆପଣାଇଥିବା ନଜରକୁ ଆସିଛି|

ସୂଚନା ଅନୁସାରେ, ଏହି ଗାଁରେ ନେଟଓ୍ୱାର୍କ ସମସ୍ଯା ଯୋଗୁଁ କେଣସି କାର୍ଯ୍ଯ ହୋଇ ପାରୁ ନଥିବାରୁ ଜଣେ ଯୁବକ ନିଜ ବୁଦ୍ଧି ଖଟାଇ ୩୦ ଫୁଟ ଉଚ୍ଚର ଏକ ବାଉଁଶରେ ମୋବାଇକୁ ବାନ୍ଧୁଛନ୍ତି| ଆଉ କମ୍ପ୍ଯୁଟରକୁ ସଂଯୋଗ କରି ଗ୍ରାମବାସୀଙ୍କ ପାଇଁ ବ୍ଯାଙ୍କ୍ ସେବା ଯୋଗାଉଛନ୍ତି| କିନ୍ତୁ ନେଟଓ୍ୱାର୍କ ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ୁଥିବା ଯୁବକଜଣକ କହିଛନ୍ତି| ପ୍ରଥମେ ନିଜ ମୋବାଇଲର ଇଣ୍ଟରନେଟ ଚାଲୁ କରିଥାନ୍ତି|

ଏହାପରେ ସେ ଏହାକୁ ଦଉଡ଼ିରେ ବାନ୍ଧି ୩୦ ଫୁଟ ଉଚ୍ଚ ବାଉଁଶକୁ ଉଠାଇଥାନ୍ତି| ସେଥିରୁ ତାର ସାହାଯ୍ଯରେ ନିଜ କମ୍ପ୍ଯୁଟର୍କୁ ସଂଯୋଗ କରି ଦିନସାରା ନିଜ କାମ କରିଥାନ୍ତି| ପୁଣି କାମ ସରିଲେ ମୋବାଇଲ କୁ ବାଉଁଶରୁ ତଳକୁ ଖସାଇ ଆଣୁଥିବା କହିଛନ୍ତି| ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ଅଞ୍ଚଳରେ ଏକ ମୋବାଇଲ ନେଟଓ୍ୱାର୍କ ସ୍ଥାପନ କରିବାକୁ ଗ୍ରାମବାସୀ ଙ୍କ ତରଫରୁ ପ୍ରବଳ ଦାବି ହେଉଛି |

Leave a Reply

Your email address will not be published. Required fields are marked *