Pratidin TV

Odisha's Digital News Platform

କୁଆଡ଼େ ଗଲେ ଓଲା କାର୍‌ ଚାଳକ? ରାଜଧାନୀରୁ ଭଡ଼ାରେ କୋଲକାତା ଯାଇଥିଲେ

1 min read

ଭୁବନେଶ୍ବର : ରାଜଧାନୀରୁ ଭଡ଼ା ନେଇ କୋଲକାତା ଯାଉଥିବା ପରିବାରଲୋକଙ୍କୁ କହିଥିଲେ। କିନ୍ତୁ ଦେଢ଼ ଦିନ ପରେ ସୁଇଚ୍ ଅଫ୍ ହୋଇ ଯାଇଥିଲା ମୋବାଇଲ ଫୋନ୍। ଗାଡ଼ିର ମଧ୍ୟ ପତ୍ତା ମିଳୁନି। ପରିବାରଲୋକ ଯୋଗାଯୋଗ କରି ନିରାଶ ହେବା ପରେ ଶେଷରେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଗତକାଲି ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ନିଖୋଜ ମାମଲା କରିଛି। ନିଖୋଜ ଥିବା ଓଲା କାର ଚାଳକ ହାପି ଶତପଥୀ। ଘର ୟୁନିଟ୍-୯ ଅଞ୍ଚଳରେ।

ମିଳିଥିବା ସୂଚନା ଅନୁସାରେ, ହାପି ଓଲା କାର୍ ଚଳାନ୍ତି। କୋଲକାତାକୁ ଏକ ଭଡ଼ା ଥିବା କହି ଗତ ରବିବାର ଘରୁ କାର(ଓଡି୦୨-ଏଏସ୍-୮୩୫୭) ଧରି ବାହାରିଥିଲେ। ମଙ୍ଗଳବାର ଅପରାହ୍‌ଣରେ ତାଙ୍କ ମୋବାଇଲ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ଏହା ପରଠାରୁ ପରିବାରଲୋକଙ୍କ ସହ ଆଉ ଯୋଗାଯୋଗ ହୋଇପାରି ନ ଥିଲା। କୌଣସ ପତ୍ତା ନ ମିଳିବାରୁ ପରିବାରଲୋକ ଗତକାଲି ଖାରବେଳନଗର ଥାନାରେ ପହଞ୍ଚି ରିପୋର୍ଟ କରିଥିଲେ। ମୋବାଇଲ ଫୋନର ଶେଷ ଲୋକେସନ ଖଡ଼ଗପୁର ଅଞ୍ଚଳରେ ଦେଖାଉଛି। ପୁଲିସ ଏ ସଂକ୍ରାନ୍ତରେ ଅଧିକ ଅନୁସନ୍ଧାନ ଚାଳଇବା ସହ କୋଲକାତା ପୁଲିସ ସହ ଯୋଗାଯୋଗ କରିଛି। ଖୁବ୍‌ଶୀଘ୍ର ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *