ପରିବା ବିକ୍ରେତାଙ୍କ ଝିଅ ସିଭିଲ୍ ଜଜ୍ ପରୀକ୍ଷାରେ କୃତକାର୍ଯ୍ୟ
1 min readଇନ୍ଦୋର- ପରିବା ବିକ୍ରେତାଙ୍କ ଝିଅ ହେବେ ସିଭଲ୍ ଜଜ୍ । ମଧ୍ୟପ୍ରଦେଶର ଇନ୍ଦୋରରେ ଅଙ୍କିତା ନାମକ ଛାତ୍ରୀଙ୍କ ବାପା ପରିବା ବିକ୍ରେତା । ଅଙ୍କିତା ମଧ୍ୟପ୍ରଦେଶ ସିଭିଲ୍ ଜଜ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ତାଙ୍କର ଚତୁର୍ଥ ଉଦ୍ୟମରେ ଏଥିରେ ସଫଳ ହୋଇଛନ୍ତି ।
ଇନ୍ଦୋରର ମୁସାଖେଦିରେ ଅଙ୍କିତାଙ୍କ ପିତାଙ୍କର ପରିବା ଦୋକାନ ରହିଛି । ସେ ତିନିଥର ଆଗରୁ ସିଭିଲ୍ ଜଜ୍ ପରୀକ୍ଷା ଦେଇଥିଲେ । ମାତ୍ର କୃତକାର୍ଯ୍ୟ ହୋଇ ନଥିଲେ । ତଥାପି ସେ ନିଜର ଆତ୍ମବିଶ୍ୱାସ ହାରି ନଥିଲେ । ଚତୁର୍ଥ ଥର ସେ ସଫଳ ହୋଇଥିଲେ। ଏଥିପାଇଁ ସେ ବେଶ୍ ଖୁସୀ ଅନୁଭବ କରୁଥିବା କଥା କହିଛନ୍ତି । ସେ ତାଙ୍କ ବାପାଙ୍କୁ ଅନେକ ସମୟରେ ସାହାଯ୍ୟ କରୁଥିବା କଥା କହିଛନ୍ତି ।
ସେ ଜୀବନରେ ଡାକ୍ତର ହେବା ପାଇଁ ଇଚ୍ଛା କରିଥିଲେ । ମାତ୍ର ପାଠ ପଢା ପାଇଁ ଅଧିକ ଟଙ୍କ ଖର୍ଚ୍ଚ ହେଉଥିବାରୁ ସେ ସିଭିଲ୍ ଜଜ୍ ପାଇଁ ପଢା ପଢି ଆରମ୍ଭ କରିଥିଲେ । ଝିଅର ସଫଳତାରେ ବାପା ବେଶ୍ ଖୁସୀ । ସେ ତାଙ୍କ ଝିଅମାନଙ୍କୁ ପାଠ ପଢାଇବା ଉଚିତ୍ ବୋଲି କହିଛନ୍ତି ଅଙ୍କିତାଙ୍କ ବାପା ।