Pratidin TV

Odisha's Digital News Platform

ହଟିଲା କଟକଣା : ଏଣିକି ସବୁଦିନ କାଳିଆ ର ଦର୍ଶନ

1 min read

ପୁରୀ : କରୋନା ସଂକ୍ରମଣ ନେଇ ଶ୍ରୀମନ୍ଦିରରେ ଲାଗିଥିବା କଟକଣାକୁ ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି। ଆସନ୍ତା ୨୦ତାରିଖ ଠାରୁ ଏଣିକି ରବିବାର ମଧ୍ୟ ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। ଫଳରେ ଏଣିକି ଭକ୍ତ ମାନେ ସବୁଦିନ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଶନିବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ରବିବାର ବିଶୋଧନ ପାଇଁ ଶ୍ରୀମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରଖାଯାଉଥିଲା । ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ପ୍ରଶାସନ ପକ୍ଷରୁ କଟକଣାକୁ ହଟାଇ ଦିଆଯାଇଛି।

Advertisement

Leave a Reply

Your email address will not be published. Required fields are marked *