Pratidin TV

Odisha's Digital News Platform

ରାହୁଲ ଗାନ୍ଧୀଙ୍କ ଅଫିସରୁ ଆସିଲା ଫୋନ୍ : ଓଡ଼ିଶାର ବିଧାୟକଙ୍କୁ ୫ରେ ଦିଲ୍ଲୀରେ ଭେଟିବେ, କଥାହେବେ

1 min read

ଭୁବନେଶ୍ବର: କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ପିସିସିର ନୂଆ ସଭାପତି ଘୋଷଣା ଚର୍ଚ୍ଚା ଭିତରେ ଆସନ୍ତା ୫ ତାରିଖରେ ଦିଲ୍ଲୀରେ ରାଜ୍ୟ କଂଗ୍ରେସ ବିଧାୟକମାନଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ । ଏଥିପାଇଁ ବିଧାୟକମାନଙ୍କୁ ଦିଲ୍ଲୀ ଡକାଯାଇଛି। ବୈଠକରେ ନୂଆ ସଭାପତି ଚୟନ ଓ ସାଙ୍ଗଠନିକ ପରିବର୍ତ୍ତନ ନେଇ ଆଲୋଚନା ହେବା ସମ୍ଭାବନା ରହିଛି । ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ପିସିସି ସଭାପତି ପରିବର୍ତ୍ତନର ଦାବି ଜୋର୍‌ ଧରିଥିଲା। ଏକାଧିକ ବିଧାୟକ ନିୟମିତ ଭାବେ ଗଣମାଧ୍ୟମରେ ସଭାପତି ପରିବର୍ତ୍ତନ ପାଇଁ ମତ ରଖିଥିଲେ। ଏ ସଂକ୍ରାନ୍ତରେ ଚେଲାକୁମାର ଓ ଏଆଇସିସିର ସାଧାରଣ ସମ୍ପାଦକ ଜି. ରୁଦ୍ର ରାଜୁ ଓଡ଼ିଶାରେ ପହଞ୍ଚିବା ସହିତ ସଭାପତି ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନିରସିଂହ ମିଶ୍ରଙ୍କ ସହିତ ପୃଥକ ଆଲୋଚନା କରିଥିଲେ। ପରେ ଅନ୍ୟ ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ୱାନ୍‌ ଟୁ ୱାନ ଆଲୋଚନା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *