Pratidin TV

Odisha's Digital News Platform

ଗିରଫ ହେବେ ସୋନାକ୍ଷୀ ସିହ୍ନା: ଆରେଷ୍ଟ ୱାରେଣ୍ଟ ଜାରି କଲେ ମୁରାଦାବାଦ କୋର୍ଟ

ନୂଆଦିଲ୍ଳୀ: ଅଡୁଆରେ ଦବଙ୍ଗ ଗାର୍ଲ । ଠକେଇ ଅଭିଯୋଗରେ ସୋନାକ୍ଷୀ ସିହ୍ନାଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରି । ଟଙ୍କା ନେଇ ଏକ କାର୍ୟ୍ୟକ୍ରମରେ ଯୋଗ ନ ଦେବା ମାମଲାରେ ଉତ୍ତରପ୍ରଦେଶ ମୁରାଦାବାଦସ୍ଥିତ ଏସିଜେଏମ କୋର୍ଟ ବଲିଉଡ ଅଭିନେତ୍ରୀ ସୋନାକ୍ଷୀଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱନା ଜାରି କରିଛନ୍ତି । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ସେ କୋର୍ଟରେ ହଜାର ନହେବା ଯୋଗୁଁ ୱାରେଣ୍ଟ ଜାରି ହୋଇଥିବାର କୁହାଯାଉଛି । କୋର୍ଟ ତାଙ୍କୁ ଆସନ୍ତା ଏପ୍ରିଲ ୨୫ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *