Pratidin TV

Odisha's Digital News Platform

ବନ୍ଧୁକ ଚାଳନା ବିଶ୍ବକପ : ଇତିହାସ ରଚିଲେ ଶ୍ରୀୟଙ୍କା, ବନ୍ଧୁକ ଚାଳନା ବିଶ୍ବକପ : ଇତିହାସ ରଚିଲେ ଶ୍ରୀୟଙ୍କା

1 min read

ଭୁବନେଶ୍ବର: ଅନ୍ତର୍ଜାତୀୟ ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଓଡ଼ିଆ ଭାବେ ଶ୍ରୀୟଙ୍କା ଆଇଏସ୍‌ଏସ୍‌ଏଫ ବନ୍ଧୁକ ଚାଳନା ବିଶ୍ବକପରେ ପଦକ ହାସଲ କରିଛନ୍ତି। ଇଜିପ୍‌ଟର କାଏରୋରେ ଆୟୋଜିତ ପ୍ରତିଯୋଗିତାରେ କିଟ୍‌ ଛାତ୍ରୀ ଶ୍ରୀୟଙ୍କା ଷଡ଼ଙ୍ଗୀ ଓ ଅଖିଳ ସିଓରାନ ୫୦ ମିଟର ରାଇଫଲ ପୋଜିସନ-୩ ମିଶ୍ରିତ ବିଭାଗରେ ତୃତୀୟ ସ୍ଥାନ ସହ କାଂସ୍ୟ ପଦକ ହାସଲ କରିଛନ୍ତି। ଶ୍ରୀୟଙ୍କା ଓ ଅଖିଳ ୧୬-୧୦ ପଏଣ୍ଟରେ ଇଜିପ୍‌ଟ ପ୍ରତିଯୋଗୀଙ୍କୁ ପଛରେ ପକାଇ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ଶ୍ରୀୟଙ୍କା ଓ ଅଖିଳ କ୍ବାର୍ଟର-୧ରେ ୮୭୨ ଓ କ୍ବାର୍ଟର-୨ରେ ୫୫୧ ପଏଣ୍ଟ ସ୍କୋର କରିଥିଲେ। ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା କିଟ୍‌ ବିଶ୍ବବିଦ୍ୟାଳୟର ପିଏଚ୍‌ଡି ଛାତ୍ରୀ। ପ୍ରଥମ ଓଡ଼ିଆ ସୁଟର ଭାବେ ବିଶ୍ବକପ‌େ​ର ପଦକ ହାସଲ କରିଥିବା ଶ୍ରୀୟଙ୍କାଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ସଫଳତା କାମନା କରିଛନ୍ତି। ଶ୍ରୀୟଙ୍କାଙ୍କ ସଫଳତା ରାଜ୍ୟରେ ବନ୍ଧୁକ ଚାଳନା କ୍ରୀଡ଼ାର ଲୋକପ୍ରିୟତାରେ ସହାୟକ ହେବ ବୋଲି ଡ. ସାମନ୍ତ କହିଛନ୍ତି।

Gun For Glory Bhubaneswar Unit

ଶ୍ରୀୟଙ୍କା କୁହନ୍ତି, ବିଶ୍ବକପରେ ସଫଳତା ହାସଲ କରିବା ସହଜ ନଥିଲା। ପ୍ରତିଯୋଗିତା ବହୁତ ଆହ୍ବାନ ଥିଲା। କାଂସ୍ୟ ପଦକ ବିଜୟୀ ହୋଇ ମୁଁ ସନ୍ତୁଷ୍ଟ। ସଫଳତା ପାଇଁ ପରିବାର, ପ୍ରଶିକ୍ଷକ, କିଟ୍‌ ବିଶ୍ବବ୍ୟିାଳୟକୁ ଶ୍ରେୟ ଦେଉଛି। ବିଶେଷକରି କିଟ୍‌ ବିଶ୍ବବିଦ୍ୟାଳୟର ପ୍ରୋତ୍ସାହନ ଓ ସହଯୋଗ ପାଇଁ ଏହା ସମ୍ଭବ ହୋଇଛି। ଏଥିପାଇଁ କିଟ୍‌ ଓ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସାରଙ୍କୁ ଧନ୍ୟବାଦ ଦେଉଛି। ପୂର୍ବରୁ କୌଣସି ଓଡ଼ିଆ ସୁଟର ବିଶ୍ବକପରେ ପଦକ ଜିତି ନ ଥିଲେ।
ସେହିପରି ମହିଳା ୨୫ ମିଟର ପିସ୍ତଳ ଦଳଗତ ବିଭାଗରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତ ପାଇଁ ଉକ୍ତ ସଫଳତା ରାହି ସ୍ବର୍ଣ୍ଣବତ, ଇଶା ସିଂହ ଓ ରିଥିମ ସାଙ୍ଗୱାନ ହାସଲ କରିଛନ୍ତି। ସିଙ୍ଗାପୁର ପ୍ରତିଯୋଗିଙ୍କୁ ୧୦ ପଏଣ୍ଟ ପଛରେ ପକାଇ ଭାରତୀୟ ପ୍ରତିଯୋଗୀ ପ୍ରଥମ ସ୍ଥାନ ହାସଲ କରିଥିଲେ। ପୂର୍ବରୁ ଭାରତ ପ୍ରତିଯୋଗିତା​‌େ​‌ର ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ବିଜୟୀ ହୋଇଥିଲା। ବ୍ୟକ୍ତିଗତ ବିଭାଗରେ ସୌରଭ ଚୌଧୁରୀଙ୍କ ସହ ୧୦ ମିଟର ଏୟାର ପିସ୍ତଲ ମହିଳା ବିଭାଗରେ ସ୍ବର୍ଣ୍ଣ ଓ ୧୦ ମିଟର ମହିଳା ବ୍ୟକ୍ତିଗତ ଏୟାର ପିସ୍ତଲରେ ଇଶା ସିଂହ ରୌପ୍ୟ ପଦକ ଜିତିଥିଲେ।

Leave a Reply

Your email address will not be published. Required fields are marked *