Pratidin TV

Odisha's Digital News Platform

ଘୋଷଣା ହେଲା ’ଟାଇଗର୍-୩’ର ରିଲିଜ୍‌ ତାରିଖ

1 min read

ମୁମ୍ବାଇ: ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଘୋଷଣା ହେଲା ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର-୩’ର ମୁକ୍ତିଲାଭ ତାରିଖ। ୟଶରାଜ ଫିଲ୍ମସ୍‌ ପକ୍ଷରୁ ଚଳଚ୍ଚିତ୍ରର ଟିଜର ଭିଡିଓ ଶେୟାର କରି ଏହାର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲ ୨୧ ତାରିଖ ଅର୍ଥାତ୍‌ ଇଦ୍‌ ଅବସରରେ ପ୍ରେକ୍ଷାଳୟକୁ ଆସିବ ‘ଟାଇଗର-୩’।

ସଲମାନ ଶୁକ୍ରବାର ନିଜ ଇନଷ୍ଟାଗ୍ରାମରେ ତାଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଟାଇଗର-୩’ର ପ୍ରଥମ ଟିଜର୍‌ ଶେୟାର କରିଛନ୍ତି। ଟିଜରରେ କ୍ୟାଟ୍ରିନା କୈଫ୍‌ ଜବରଦସ୍ତ ଆକ୍ସନ କରୁଥିବା ଦେଖିବାକୁ ମିଳିଛି। ଶେଷ ଭାଗରେ କ୍ୟାଟ୍ରିନା ସଲମାନଙ୍କୁ ପଚାରୁଛନ୍ତି, କ’ ତୁମେ ପ୍ରସ୍ତୁତ? ଏହାର ଉତ୍ତରରେ ସଲମାନ କହୁଛନ୍ତି, ‘ଟାଇଗର ସର୍ବଦା ପ୍ରସ୍ତୁତ ଥାଏ’। ଟିଜର ଶେୟାର କରି ୨୦୨୩ ଇଦ୍‌ ଅବସରରେ ଫିଲ୍ମ ରିଲିଜ୍‌ ହେବ ବୋଲି ସଲମାନ ସୂଚନା ଦେଇଛନ୍ତି। ‘ଟାଇଗର-୩’ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବ।

Leave a Reply

Your email address will not be published. Required fields are marked *