Pratidin TV

Odisha's Digital News Platform

ଶ୍ରୀୟାକୁ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଥିଲେ ହ୍ୟୁମାନ – ଶ୍ରୀୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର

1 min read

ଭୁବନେଶ୍ୱର : ଚର୍ଚ୍ଚାରେ ହ୍ୟୁମାନଙ୍କ ପାରିବାରିକ ବିବାଦ । ବାବୁଶାନ ,ଅନୁଭବଙ୍କ ପରି ଦାଣ୍ଡରେ ଗଡୁଛି ହ୍ୟୁମାନଙ୍କ ପାରିବାରିକ କଳି । ଗତକାଲି ପତ୍ନୀ ଶ୍ରୀୟା କଟକ ମହିଳା ଥାନାରେ ଆଣିଥିଲେ ସ୍ୱାମୀ ହ୍ୟୁମାନଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ମଦ ପିଇ ଶ୍ରୀୟାଙ୍କୁ ଶାରିରୀକ ମାନସିକ ଟର୍ଚ୍ଚର କରୁଥିଲେ ହ୍ୟୁମାନ । ଏହାପରେ ଆଜି କଟକ ମହିଳା ପୋଲିସ ଦୁହିଁଙ୍କୁ ସମନ ପାଇଁ ଡକାଇଥିଲା । ଆପୋଷ ବୁଝାବଣା କରାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ନଥିଲା । ଏନେଇ ହ୍ୟୁମାନଙ୍କ ଶ୍ୱଶୁର ତାଙ୍କ ନାଁରେ ଆଜି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ହ୍ୟୁମାନଙ୍କ ଟର୍ଚ୍ଚର ଅଧିକ ବଢିଯାଇଥିବାରୁ ୫ ମାସ ହେବ ଝିଅ ଶ୍ରୀୟା ବାଲେଶ୍ୱରରେ ନିଜ ବାପଘରେ ରହୁଛନ୍ତି ବୋଲି କହିଛନ୍ତି ଶ୍ରୀୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର । ସେ ଅଭିଯୋଗ କରିଛନ୍ତି ଯେ ହ୍ୟୁମାନଙ୍କର ଅନ୍ୟଝିଅ ମାନଙ୍କ ସହ ସର୍ମ୍ପକ ରହିଛି । ଶ୍ରୀୟାଙ୍କ ଡେଲିଭରି ପରଠାରୁ ଏଭଳି ଅତ୍ୟାଚାର କରୁଥିଲେ ସେ । ଯାହା ୫ ମାସ ପୂର୍ବରୁ ଉଗ୍ର ରୂପ ନେଇଥିଲା । ଫଳରେ ଜୀବନ ବିକଳେ ହ୍ୟୁମାନଙ୍କ ଘର ଛାଡି ବାପଘର ଚାଲିଆସିଥିଲେ ଶ୍ରେୟା । ଆମେ ବ୍ରହ୍ମଣ ଏହା ସତ୍ତ୍ୱେର୍ ମଧ୍ୟ ମୁଁ ମୋ ଝିଅର ଖୁସି ପାଇଁ ଜଣେ ଖ୍ରୀଷ୍ଟିଆନକୁ ବିବାହ ଦେଇଥିଲେ । ଭାବିଥିଲି ନିଜ ପସନ୍ଦର ପିଲାକୁ ବିବାହ କରି ଝିଅ ଖୁସିରେ ରହିବ । କିନ୍ତୁ ହ୍ୟୁମାନ ସବୁବେଳେ ଶ୍ରୀୟାକୁ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପକାଉଥିଲା ।

Advertisement

ବ୍ରାହ୍ମଣ ଧର୍ମ ଛାଡି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ମୋ ଝିଅକୁ ଟର୍ଚ୍ଚର କରୁଥିଲା ସେ । ମଦ ପିଇ ଆସି ସବୁବେଳେ ବାଡାପିଟା କରେ । ଏସବୁ ଏବେ ନୁହେଁ ବରଂ କରୋନା ସମୟରୁ ଚାଲିଲାଣି । ଆମ ଝିଅ ଆମକୁ ଲୁଚାଉଥିଲା । କିନ୍ତୁ ଅସହ୍ୟ ହେବାରୁ ସେ ୫ ମାସ ପୂର୍ବରୁ ଏଭଳି ପଦକ୍ଷେପ ଉଠାଇବାକୁ ବାଧ୍ୟ ହେଲା । ସେ ଆଉ ମଦ୍ୟ କହିଛନ୍ତି ଯେ ବାହାଘର ପରେ ହ୍ୟୁମାନ ବରାବର ଯୌତୁକ ମାଗୁଥିଲେ। ଏମିତିକି ଥରେ ୧୦ ଲକ୍ଷ ଓ ଥରେ ୫ ଲକ୍ଷ ଟଙ୍କା ସହ ନିକଟରେ ଏକ କାର ମଧ୍ୟ ଦିଆଯାଇଛି। ଶ୍ରେୟାର ତଣ୍ଟିଚିପି ମାରି ଦେବାକୁ ମଧ୍ୟ ଚେଷ୍ଟା କରାଯାଇଛି। ସମାଧାନ ପାଇଁ ଚେଷ୍ଟା କରି ବିଫଳ ହେବାରୁ ଥାନାକୁ ଆସିବାକୁ ବାଧ୍ୟ ହେଲୁ ବୋଲି କହିଛନ୍ତି ଶ୍ରୀୟାଙ୍କ ବାପା ।

୨୦୧୨ରେ ଏକ ରିୟାଲିଟି ଶୋ’ରେ ଉଭୟ ହ୍ୟୁମାନ ଓ ଶ୍ରୀୟାଙ୍କ ଭିତରେ ପରିଚୟ ହୋଇଥିଲା। ପରବର୍ତ୍ତୀ ସମୟରେ ଦୁହିଁଙ୍କ ଭିତରେ ପ୍ରେମ ନିବିଡ଼ ହୋଇଥିଲା। ଆଉ ଦୁହେଁ ୨୦୧୭ରେ ବିବାହ କରିଥିଲେ। ହ୍ୟୁମାନଙ୍କ ଭଳି ଶ୍ରୀୟା ମଧ୍ୟ ପେସାଦାର କଣ୍ଠିଶିଳ୍ପୀ। ପାରିବାରିକ ବିବାଦ ଘନୀଭୂତ ହେବା ପରେ ହରଡ଼ଘଣାରେ ପଡ଼ିଛନ୍ତି ହ୍ୟୁମାନ।

Leave a Reply

Your email address will not be published. Required fields are marked *