ଜୟପୁରରୁ ବିପୁଳ ପରିମାଣରେ ଗୁଟୁଖା ଏବଂ ଭାଙ୍ଗ ଓ ବିଡ଼ି ଜବତ..
1 min readବେଆଇନ ଭାବରେ ଚାଲିଥିଲା ଗୁଟୁଖା ଚୋରା ଚାଲଣ । ମାଡି ବସିଲା ଅବକାରୀ ବିଭାଗ । ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ ଏବେ ଆକ୍ଟିଭ ମୋଡ଼ରେ କୋରାପୁଟର ଉପଜିଲ୍ଲାପାଳ । ଜୟପୁର ଦକ୍ଷ ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ପୌର କାର୍ଯ୍ୟନିର୍ବାହୀ ଅଧିକାରି ସିଦ୍ଧାର୍ଥ ପଟନାୟକଙ୍କ ସହ ପୋଲିସ ଏବଂ ପୌର କର୍ମଚାରୀ ମାନେ ପୂର୍ବ ପ୍ରସ୍ତୁତି ଅନୁସାରେ ସହରର ପ୍ରମୁଖ ଗୁଟଖା ବ୍ୟବସାୟୀ ମାନଙ୍କ ପ୍ରତିଷ୍ଠାନରେ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା ଭାଙ୍ଗ ବିଡି ଇତ୍ୟାଦି ସାମଗ୍ରୀ ଜବତ କରିଛନ୍ତି। ଅମନ ଏଜେନ୍ସିରେ ଚଢାଉ କରି ୪୧୬ ପ୍ୟାକେଟ ଗୁଟୁଖା, ୧୧ ପ୍ୟାକେଟ ଜାର୍ଦ୍ଦା ଜବତ କରାଯାଇଛି।
ଏଥିସହ ୨ଟି ଦୋକାନରେ ୪୦ ପ୍ୟାକେଟରୁ ଊର୍ଦ୍ଧ୍ୱ ଗୁଟୁଖା ମିଳିବାରୁ ସେହି ଦୁଇଟି ଦୋକାନକୁ ପୌରାପାଳିକା ସିଲ୍ କରିଛି। ୮୫ ପ୍ରତିଶତ ପ୍ୟାକେଟଗୁଡିକରେ ଓ୍ବାରନିଂ ଲେବଲ ନ ଥିବା ଜଣାପଡିଛି। ଅମନ ଏଜେନ୍ସି ମାଲିକଙ୍କୁ ୫୦ ହଜାର ଟଙ୍କା ଜରିମାନା କରାଯିବା ସହ ତାଙ୍କ ଦୋକାନ ସିଲ କରାଯାଇଛି। ଅମନ ଏଜେନ୍ସିର ଟ୍ରେଡ ଲାଇସେନ୍ସ ମଧ୍ୟ ନ ଥିବା ଅଧିକାରୀମାନେ ଜାଣିବାକୁ ପାଇଥିଲେ। ସେହିପରି କାପୁସାହିରେ ଥିବା ଜଗତଜନନୀ ଡିଷ୍ଟ୍ରିବ୍ୟୁଟର ଉପରେ ଚଢାଉ କରି ୩୮ ପ୍ୟାକେଟ ଗୁଟୁଖା ସହ ୩୧୦ କେଜି ପଲିଥିନ, ଡିପ୍ସୋଜଲ ଗ୍ଲାସ ଆଦି ଜବତ ହୋଇଛି। ଏହି ଡିଷ୍ଟ୍ରିବ୍ୟୁଟରକୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଜଗତ ଜନନୀ ଡିଷ୍ଟ୍ରିବ୍ୟୁଟର ମଧ୍ୟ ଟ୍ରେଡ ଲାଇସେନ୍ସ ନାହିଁ। ଆଗାମୀ ଦିନରେ ଏପରି ଚଢାଉ ଜାରି ରହିବ ବୋଲି ନିର୍ବାହି ଅଧିକାରୀ ପଟ୍ଟନାୟକ କହିଛନ୍ତି ।