Pratidin TV

Odisha's Digital News Platform

ଏବେ ଫିଲ୍ମ ଛାଡି ଅଟୋ ଡ୍ରାଇଭର ସାଜିଲେ ହୁମା କୁରେଶୀ , ଫଟୋ ସେୟାର କରି ଲେଖିଲେ ଏମିତି କିଛି ..

1 min read

ଏବେ ଫିଲ୍ମ ଛାଡି ଅଟୋ ଡ୍ରାଇଭର ସାଜିଲେ ହୁମା କୁରେଶୀ । ତେବେ ଏହା ତାଙ୍କ ରିଏଲ ଲାଇଫରେ ନୁହେଁ ଏହା ତାଙ୍କ ରିଲ୍ ଲାଇଫ ଦେଖିବାକୁ ମିଳିବ । ଅଭିନେତ୍ରୀ ହୁମା କୁରେଶୀ ତାଙ୍କ ଅଗାମୀ ଫିଲ୍ମରେ ଅଟୋ ଡ୍ରାଇଭର ଭୂମିକାରେ ନଜର ଆସିବେ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରେ ଜିଓ ଷ୍ଟୁଡିଓ ଏବଂ ଇଚେଲୋନ୍ ପ୍ରଡକ୍ସନ୍ସ ପକ୍ଷରୁ ଏହା ଅଫିସିଆଲି ଆନଉସମଣ୍ଟେ କରାଯାଇଛି । ତେବେ ଏହି ଚଳଚ୍ଚିତ୍ରର ନାମ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ ।

ତେବେ ଏହି ଘଟଣା ସତ କାହାଣୀ ଉପରେ ଆଧାରିତ । ତେବେ ନାରୀ ଶକ୍ତିର ପ୍ରତୀକ ସାଜିଥିବା ଜଣେ ମହିଳାଙ୍କ କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ନିର୍ମିତ ହେବାକୁ ଯାଉଛି । ହୁମା ଏହି ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚନ କରିଛନ୍ତି । ବିଶାଲ ରାଣା ଚଳଚ୍ଚିତ୍ରର ନିର୍ମାତା ରହିଛନ୍ତି । ସମାଜରେ ନାରୀଶକ୍ତି ଉତ୍‌ଥାନର ନେତୃତ୍ୱ ନେଇଥିବା ଏବଂ ନିଜ ଭାଗ୍ୟକୁ ନିୟନ୍ତ୍ରଣ କରିବା ଲାଗି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଥିବା ମହିଳା ଅଟୋ ଡ୍ରାଇଭରଙ୍କ କାହାଣୀକୁ ଏହି ଚଳଚ୍ଚିତ୍ର ପରିବେଷିତ ହେବ । ହୁମା ତାଙ୍କ ସୋସିଆଲ ମିଡିଆରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ଶେୟାର କରିଛନ୍ତି । ସେୟାର କରି ସେ , ‘ହୁମା କୁରେଶୀ-ବିଶାଲ ରାଣା-ଜିଓ ଷ୍ଟୁଡିଓ ଆପଣମାନଙ୍କ ପାଇଁ ସେମାନଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ଆଣୁଛନ୍ତି’ । ବିପୁଲ ମେହେଟ୍ଟା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *