Pratidin TV

Odisha's Digital News Platform

ମାଲିକ ଶବ ନେଇ ଶ୍ମଶାନ ଗଲା ପୋଷା କୁକୁର …

1 min read

ଅସ୍ତରଙ୍ଗ ; ଆଜି ମଣିଷ ସିନା ବୁଝି ପାରୁନି ସମ୍ପର୍କର ମୂଲ୍ୟ ,କିନ୍ତୁ ପଶୁପକ୍ଷୀ ଙ୍କୁ ଟିକେ ସ୍ନେହ ଦେଲେ ସେ ଜୀବନ ଶେଷ ପର୍ଯ୍ୟନ୍ତ ଆମର ନିଜର ହୋଇ ରୁହନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ. ଦୀର୍ଘ ଦିନ ହେବ ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ଗ୍ରାମର ପ୍ରଭାକର ଲେଙ୍କା ପାରାଦ୍ୱୀପ ରେ ବସଵାସ କରୁଥିଲେ ।

ପ୍ରଭାକର ଅତି ସ୍ନେହ ଓ ଆଦରରେ ଏକ କୁକୁର କୁ ରଖିଥିଲେ । କିନ୍ତୁ ହଠାତ୍ ଗତକାଲି ମାଲିକ ପ୍ରଭାକରଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ମୃତ୍ୟୁ ଦେହ ଆସୁଥିବା ଆମ୍ବୁଲାନ୍ସ ଗାଡ଼ିରେ କୁକୁର ଟି ମାଲିକ ର ଶବ ପାଖରେ ଠିଆ ହୋଇ କଇଁ କଇଁ ହୋଇ କାନ୍ଦୁଛି । ପ୍ରଭାକର ବାବୁ ଯୁଆଡେ ଯାଉଥିଲେ ଅତି ଆଦର ସ୍ନେହରେ କୁକୁର ପାଇଁ ଆଣୁଥିଲେ ଖାଦ୍ୟ, ଆଉ ଆଜି ଅଚାନକ ମାଲିକ ଛାଡି ଚାଲିଗଲେ । ସହଜରେ ମାଲିକର ମୃତ୍ୟୁକୁ ବିଶ୍ୱାସ କରିପାରୁନାହିଁ କୁକୁର । ପଶୁଟିଏ ହେଲେ ମଧ୍ୟ କଣ ହେଲା ମଣିଷର ପରି ସେ ବୁଝିପାରେ କଷ୍ଟ ଯନ୍ତ୍ରଣା ଖସୁିକୁ । ଆଉ ଆଖି ଖୋଲିବେନି ପ୍ରଭାକର କିନ୍ତୁ ମାଲିକର କେଇପଦ କଥାକୁ ଚାହିଁ ବସିଛି କୁକୁର । କେତେବେଳେ ମାଲିକ ଆଖି ଖୋଲିବ ଆଉ ତାକୁ ଦୁଇ ପଦ କଥା କହିବ ।

Advertisement

ଏଥିପାଇଁ ଘଣ୍ଟା ଘଣ୍ଟା ଧରି ଶବ ପାଖରେ ଜଗିଛି କୁକୁର । କିଏ କହିଲା ସମାଜରେ ମଣିଷ ପଣିଆ ହଜି ଯାଇଛି ବୋଲି ? ଏଇ କୁକୁର ଆଉ ମଣିଷର ଅନାବିଳ ଅତୁଟ ପ୍ରେମ ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି ।

Leave a Reply

Your email address will not be published. Required fields are marked *