Pratidin TV

Odisha's Digital News Platform

ସାପକୁ ଘରେ ପାଳୁଛି ମଣିଷ , ବିଷାକ୍ତ ସାପ ସହ ଏକତ୍ର ଘରେ ରହୁଛି

1 min read

ମାଲକାନାଗିରି : ଲୋକମାନେ ସାଧାରଣତ କୁକୁର,ବିଲେଇ , ଠେକୁଆ, ମୂଷା ,ଶୁଆ ଶାରୀ ମାନଙ୍କୁ ଘରେ ପାଳନ୍ତି । କିନ୍ତୁ ମାଲକାନାଗିରରୁ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଆପଣଙ୍କୁ ଚକିତ କରିଦେବ । ତେବେ ବିଷାକ୍ତ ସାପକୁ ଦେଖିଲେ ସମସ୍ତେ ଭୟ କରନ୍ତି।କିନ୍ତୁ ମାଲକାନଗିରି ଜିଲ୍ଲାର ନିଲିମାରି ଗ୍ରାମରେ ଏମିତି ଏକ ପରିବାର ରହିଛି ଯେଉଁମାନେ ନିଜ ବାସ ଗୃହର ଅଧାରୁ ଅଧିକ ସ୍ଥାନ ସାପଙ୍କ ପାଇଁ ଛାଡି ଦେଇଛନ୍ତି।

କିଛି ବର୍ଷ ତଳେ ଘର ଭିତରେ ଗୋଟିଏ ଉଈ ହୁଙ୍କା ହେବା ପରେ ସାପମାନେ ଯାତାୟତ ଆରମ୍ଭ କରିଥିଲେ।ଏସବୁକୁ ପରିବାର ଲୋକେ ଦେଖିବା ପରେ ଉଈ ହୁଙ୍କାକୁ ନଭାଙ୍ଗି ଘରର ବଖରାଟି ସାପଙ୍କ ପାଇଁ ଛାଡି ଦେଇଛନ୍ତି।ଏପରିକି ପ୍ରତ୍ୟେକ ଦିନ ଘରେ ରହୁଥିବା ନାଗ ଓ ନାଗୁଣୀଙ୍କ ପାଇଁ ଖାଦ୍ୟ ମଧ୍ୟ ଦେଇ ଆସୁଛନ୍ତି ପରିବାର ଲୋକେ।ନିଜର ଦୁଇଟି ବଖରା ସାପଙ୍କୁ ଛାଡି ଗୋଟିଏ ବଖରାରେ ଚାରି ଜଣ ପ୍ରାଣୀ କୁଟୁମ୍ବ ରହିଆସୁଛନ୍ତି।ସାପକୁ ଭୟ କରି ବାପା ମାଆ ଘରେ ଶୋଉଥିବା ବେଳେ ପିଲାମାନେ କିନ୍ତୁ ଅନ୍ୟ ଘରେ ଆଶ୍ରୟ ନେଉଛନ୍ତି।ଦିନକୁ ଦିନ ଏହି ହୁଙ୍କା ବଢି ଚାଲିଥିବା ବେଳେ ସାପଙ୍କ ସଂଖ୍ୟା ମଧ୍ୟ ବଢୁଛି।

Advertisement

ପ୍ରତ୍ୟେକ ଦିନ ସକାଳୁ ଉଠି ଉଈ ହୁଙ୍କା ନିକଟରେ ପୂଜାର୍ଚ୍ଚନା କରିବା ସହ ଖାଦ୍ୟ ଭୋଗ ଆକାରରେ ଦେଇଥାନ୍ତି।ଯେଉଁଠି ବିଷାକ୍ତ ସାପକୁ ଦେଖିଲେ ଲୋକେ ଭୟ କରନ୍ତି ଏବଂ ତାକୁ ମାରି ଦିଅନ୍ତି।କିନ୍ତୁ ଏଠାରେ ଏହି ବ୍ୟକ୍ତି ଜଣକ ସାପକୁ ପାଳିବା ସହ ତାଂକର ଯତ୍ନ ନେଉଛନ୍ତି।ଯାହାକି ଅନ୍ୟ ମାନଙ୍କ ପାଇଁ ବିପଦ ହୋଇଥିବା ବେଳେ ସେ କିନ୍ତୁ ଏହାକୁ ଭଗବାନ ଭାବି ସେବା ଯତ୍ନ କରିଆସୁଛନ୍ତି।

Leave a Reply

Your email address will not be published. Required fields are marked *