(ଭିଡିଓ)ମହିଳା ଥାନାରେ ହାଜର ହେଲେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଓ ପତ୍ନୀ ଶ୍ରୀୟା, କହିଲେ ..
1 min readକଟକ : ଦାଣ୍ଡରେ ଗଡୁଛି ଓଲିଉଡ୍ କଳାକାରଙ୍କ ଦାମ୍ପତ୍ୟ କଳି । ଅନୁଭବ ଓ ବାବୁସାନଙ୍କ ପରେ ବଡିଲା ହ୍ୟୁମାନ ସାଗରଙ୍କ ଅଡୁଆ । ମାନସିକ ଓ ଶାରୀରିକ ଅଭିଯୋଗ ଆଣି କଟକ ମହିଳା ଥାନାରେ ବୁଧବାର ଅଭିଯୋଗ କରିଥିଲେ ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ମିଶ୍ର । ସ୍ୱମାୀ ତାଙ୍କୁ ଅବହେଳା କରିବା ସହ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଦର୍ଶାଇଛନ୍ତି ଶ୍ରୀୟା । ତେବେ ଆଜି ଦୁହିଙ୍କୁ ହାଜିର ମହିଳା ଥାନାରୁ ଡକରା ଆସିଥିଲା ।
ଏନେଇ ଆଜି କଟକ ମହିଳା ଥାନାରେ ପ୍ରଥମେ ପହଞ୍ଚିଥିଲେ ହ୍ୟୁମାନ । ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ମୁଁ କଳାହାଣ୍ଡିରେ ଏକ ପୋଗ୍ରାମରେ ଥିଲି ମତେ ଏସବୁ ବିଷୟରେ କିଛି ଜଣାନାହିଁ । ଆଇଆଇସି ମତେ କଲ୍ କରି ଡାକିଛନ୍ତି । ମୁଁ ଅଭିଯୋଗ ବିଷୟରେ କିଛି ଜଣିନାହିଁ ।
ଏହାର କିଛି ସମୟ ପରେ ପତ୍ନୀ ଶ୍ରୀୟା ମଧ୍ୟ ହାଜର ହୋଇଥିଲେ । ସେ ଆଇଆଇସିଙ୍କ ସହ କଥା ହୋଇ ପରେ ସବୁ ଜଣାଇବେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ।
ସୂଚନାଯୋଗ୍ୟ ଯେ ୨୦୧୨ରେ ଏକ ରିୟାଲିଟି ଶୋ’ରେ ଉଭୟ ହ୍ୟୁମାନ ଓ ଶ୍ରୀୟାଙ୍କ ଭିତରେ ପରିଚୟ ହୋଇଥିଲା। ପରବର୍ତ୍ତୀ ସମୟରେ ଦୁହିଁଙ୍କ ଭିତରେ ପ୍ରେମ ନିବିଡ଼ ହୋଇଥିଲା। ଆଉ ଦୁହେଁ ୨୦୧୭ରେ ବିବାହ କରିଥିଲେ। ହ୍ୟୁମାନଙ୍କ ଭଳି ଶ୍ରୀୟା ମଧ୍ୟ ପେସାଦାର କଣ୍ଠିଶିଳ୍ପୀ। ପାରିବାରିକ ବିବାଦ ଘନୀଭୂତ ହେବା ପରେ ହରଡ଼ଘଣାରେ ପଡ଼ିଛନ୍ତି ହ୍ୟୁମାନ।