Pratidin TV

Odisha's Digital News Platform

(ଭିଡିଓ)ହ୍ୟୁମାନ-ଶ୍ରେୟା ବିବାଦ : ଆଜି ମହିଳା ଥାନରେ ଆମ୍ନାସାମ୍ନା , ହେବ ସାମାଧାନ ନା ବଢିବ ତିକ୍ତତା !

1 min read

କଟକ : ସୋମବାର ମହିଳା ଥାନାରେ ୨ୟ ଥର ପାଇଁ ଆମ୍ନାସାମ୍ନା ହେଲେ ଓଲିଉଡ୍ ଲୋକପ୍ରିୟ ଗାୟକ ହ୍ୟୁାମନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟା ମିଶ୍ର । ତେବେ ଆଜି ଥାନାରେ କିଛି ଆପୋଷ ବୁଝାବଣା ହୋଇପାରିବ ନା ଦୁହିଁଙ୍କ ମଧ୍ୟରେ ତିକ୍ତତା ବଢିବ ! ଗତ କିଛିଦିନ ତଳେ ଶ୍ରେୟା ମିଶ୍ର ନିଜ ସ୍ୱାମୀ ହ୍ୟୁମାନଙ୍କ ନାରେ ଶାରୀରିକ,ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଥିଲେ । ତେବେ ମହିଳାଥାନା ୨ ପାଶ୍ୱର କଥାଶୁଣି ଉଭୟଙ୍କୁ ଏବଂ ତାଙ୍କ ପରିବାରକୁ କିଛି ଦିନ ସମୟ ଦେଇଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାବଣା ପରିବର୍ତ୍ତେ ତିକ୍ତତା ଦେଖାଦେଇଥିଲା ।

ହ୍ୟୁାମନଙ୍କ ମାଁ ଗଣମାଧ୍ୟମ ଆଗରେ ଶ୍ରେୟାଙ୍କ ପରିବାର ବିରୁଦ୍ଧରେ ଅନେକ ପ୍ରକାରର କୁ-ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ ଶ୍ରେୟା ଏବଂ ତାଙ୍କ ପରିବାରର ସବୁ ସଦସ୍ୟ ମଦ ପିଅନ୍ତି । ଶ୍ରେୟା ନିଜ ଝିଅର ମଧ୍ୟ ଧ୍ୟାନ ରଖେନି । ମଦପିଇ ଦିନସାରା ବିଛଣାରେ ପଡିରୁହେ । ଏହାପରେ ଶ୍ରେୟା ମଧ୍ୟ ଏକ ପ୍ରେସମିଟ୍ ଡାକି ହ୍ୟୁମାନଙ୍କ ନାଁରେ ଅନେକ ପ୍ରକାରର ଖୁଲାସା କରିଥିଲେ । ହ୍ୟୁମାନଙ୍କର ଅନ୍ୟ ଜଣେ ଝିଅଙ୍କ ସହ ସମ୍ପର୍କ ଅଛି ବୋଲି ଶ୍ରେୟା କହିଥିଲେ । ତାସହ ହ୍ୟୁମାନ ପ୍ରବଳ ମଦ ପିଅନ୍ତି ଏବଂ ତାଙ୍କୁ ନିର୍ଯାତାନ ଦିଅନ୍ତି । ହ୍ୟୁମାନ ଖ୍ରୀଷ୍ଟିଆନ ହୋଇଥିବାରୁ ଶ୍ରୀୟାଙ୍କୁ ସିନ୍ଦୁର ଅଳତା ଇତ୍ୟାଦି ପିନ୍ଦିବାକୁ ବାରଣ କରନ୍ତି । ପୂଜା ଭୋଗ ବି ଖୁଆଇଦିଅନ୍ତି ନାହିଁ ।

Advertisement

ଏସବୁ ପରେମଧ୍ୟ ଉଭୟ ପକ୍ଷ ଗଣାମଧ୍ୟମ ଆଗରେ ପ୍ରକାଶ କରିଥିଲେ ଯେ ସେମାନେ ବର୍ତ୍ତମାନ ସୁଦ୍ଧାମଧ୍ୟ ଆପୋଷ ବୁଝାବଣା ଚାହନ୍ତି । ତେବେ ଦେଖାଯାଉ ଅନୁଭବ , ବାବୁସାନଙ୍କ ପରେ ହ୍ୟୁମାନଙ୍କ ପାରିବାରିକ କଳି କେଉଁଆଡେ ଯାଉଛି ।

Leave a Reply

Your email address will not be published. Required fields are marked *