Pratidin TV

Odisha's Digital News Platform

ମୋ ବୋହୂ ଜଗନ୍ନାଥଙ୍କୁ ପୂଜା କରେ , ଆମଘରେ ଠାକୁର ଘର ଅଛି- ସେଫାଳିଙ୍କ ବଡ ବୟାନ ..

1 min read

କଟକ : ଓଲିଉଡ୍‌ର ଏହି ଷ୍ଟାର କଳିରେ ସାମ୍ନାକୁ ଆସିଛି ନୂଆ ତଥ୍ୟା । ୯ବର୍ଷର ପ୍ରେମ ବିବାହରେ ପଡିଛି କାଦୁଅର ଝିଟା । ଦୁହିଁଙ୍କ ପରିବାର ଦୁହିଁଙ୍କ ଉପରେ ଲଗାଉଛନ୍ତି ସଙ୍ଗୀନ ଅଭିଯୋଗ । ଗତକାଲି ଓଲିଉଡ୍‌ର ଚର୍ଚ୍ଚିତ ଗାୟକ ହ୍ୟୁମାନ ସାଗର ଏବଂ ତାଙ୍କ ସ୍ତ୍ରୀ ପାରିବାରିକ କଳହକୁ ନେଇ ମହିଳା ଥାନାରେ ହାଜର ହୋଇଥିଲେ । ବୁଧବାର କଟକ ମହିଳାଥାନାରେ ସ୍ୱାମୀ ହ୍ୟୁମାନଙ୍କ ନାରେ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ପତ୍ନୀ ଶ୍ରୀୟା । ଏନେଇ ଗତକାଲି ଦୁହିଁଙ୍କୁ ଡକାଇଥିଲା ମହିଳା ପୋଲିସ। କଥାଟି ଆପୋଷ ସମାଧାନରୁ ବଡ ବଡ ଅଭିଯୋଗର ରୂପ ନେବା ବେଳା । ଦୁହିଁଙ୍କ ପରିବାର ଦୁହିଁଙ୍କ ବିରୋଧରେ ଗୋହି ଖୋଳିଥିଲେ ।

ଏହାପରେ ଶ୍ରୀୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର ଜ୍ୱାଇଁ ହ୍ୟୁମାନଙ୍କ ନାଁରେ କରିଥିଲେ ସଙ୍ଗୀନ ଅଭିଯୋଗ । ଶ୍ରୀକାନ୍ତ କରିଥିବା ଅଭିଯୋଗ ଅନୁ୍‌ଯାୟୀ ହ୍ୟୁମାନ ସବୁବେଳେ ମଦ ପିଇ ଝିଅକୁ ନିର୍ଯ୍ୟାତନା ଦେଉଥିଲେ । ଏହାସହ ହ୍ୟୁମାନ ପରକୀୟା ପ୍ରୀତିରେ ଲିପ୍ତ ମଧ୍ୟ ରହୁଥିବା ଅଭିଯୋଗରେ ଦର୍ଶାଯାଇଚି । ସବୁଠୁ ବଡ କଥା ହେଲା ହ୍ୟୁମାନ ଏବଂ ତାଙ୍କ ପରିବାର ଶ୍ରୀୟାଙ୍କୁ ଧର୍ମପରିବର୍ତ୍ତନ କରିବାକୁ ଚାପପକାଉଥିବା ମଧ୍ୟ କହିଛନ୍ତି ଶ୍ରୀୟାଙ୍କ ବାପା । ହ୍ୟୁମାନ ଖ୍ରୀଷ୍ଟିଆନ ହୋଇଥିବା ବେଳେ ଶ୍ରୀୟା ହିନ୍ଦୁ ବ୍ରାହ୍ମଣ । ଏନେଇ ତାଙ୍କ ପରିବାର ଦୀର୍ଘଦିନ ହେବ ଝିଅକୁ ନିର୍ଯାତୀତ କରୁଥିବା ଗଣମାଧ୍ୟମ ଆଗରେ କହିଥିଲେ ଶ୍ରିକାନ୍ତ ।

Advertisement

ସେହିଭଳି ଅନ୍ୟପଟେ ସବୁ ଅଭିଯୋଗକୁ ଖଣ୍ଡନ କର ହ୍ୟୁମାନଙ୍କ ମାଁ କହିଛନ୍ତି ଯେ , ଆମେ କେବେ ଶ୍ରୀୟାକୁ ଧର୍ମପରିବର୍ତ୍ତନ କରିବାକୁ ଚାପ ପକାଇନାହୁଁ । ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି ।ଶ୍ରୀୟା ନିଜେ ଆସିବା ପରେ ଠାକୁରଘର ତିଆରି କରିଥିଲା । ସେ ପୂଜା ମଧ୍ୟ କରେ । ତା ବାପା ମାଁ ମଧ୍ୟ ଆସିଲେ ପୂଜା କରନ୍ତି । ବେଳେ ବେଳେ ଆମ ଘରକୁ କାମକରିବା ପାଇଁ ଆସୁଥିବା ପିଲା ମଧ୍ୟ ଜଗନ୍ନାଥଙ୍କୁ ଏଇଠି ପୂଜା କରନ୍ତି । ଶ୍ରୀୟା ଗଲାପରେବି ଠାକୁର ସେମତି ଅଛନ୍ତି । । ଆମେ କେବେବି ତାର ପ୍ରତିବାଦ କରିନାହୁଁ । ସବୁ ଧର୍ମର ସମାନ । ଆମେ କାହିଁକି ଏମିତି କରିବୁ । ଶ୍ରୀୟା ଆମ ଉପରେ ମିଛ ଆରୋପ ଲଗାଇଛି । ଆମେ ଏବେବି ଚାହୁଁଛୁ ସବୁ ସାମାଧାନ ହେଇଯାଉ । ଆଉ ମୋ ବୋହୂ ମୋ ନାତୁଣୀ ପୁଣି ଘରକୁ ଫେରନ୍ତୁ । ହ୍ୟୁମାନ ମଧ୍ୟ ସାମନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆମେ ଧର୍ମାନ୍ତରୀକରଣ କରିବାକୁ କେବେବି ଶ୍ରୀୟାଙ୍କୁ ଚାପ ପକାଇନୁ । ମୁଁ ଏବେବି ଚାହୁଁଛି ସବୁ କିଛି ଠିକ୍ ହୋଇଯାଉ ।
ଗତକାଲି ମହିଳା ପୋଲିସ ଥାନାରେ ଦୁଇ ପରିବାର ଉଭୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଶ୍ରୀୟାଙ୍କ ବାପା ଜ୍ୱାଇଂ ହ୍ୟୁମାନଙ୍କ ନାଁରେ ଏକାଧିକ ଅଭିଯୋଗ ଆଣିଥିବା ବେଳେ , ହ୍ୟୁମାଙ୍କ ମାଁ ସେଫାଳି ମଧ୍ୟ ବୋହୁô ଶ୍ରୀୟାଙ୍କ ନାଁରେ ଅଭିଯୋଗ କରିଥିଲେ । ଶ୍ରୀୟା ମଦପିଏ ତାସହ ତଘରଲୋକ ଡ୍ରାଇଭରମାନେ ମଧ୍ୟ ମିଶିକି ପିଅନ୍ତିା ମଦପିଇ ସେ ଘରେ ଦିନସାରା ଶୋଇରୁହେ । ଛୁଆଟାର ମଧ୍ୟ ଧ୍ୟାନ ରଖେନି । ସେ କରିଥିବା ଅଭିଯୋଗ ସବୁ ମିଛ ।

ଏସବୁଭିତରେ ମହିଳା ଥାନା ପୋଲିସ ଗତକାଲି ହ୍ୟୂମାନ ଓ ଶ୍ରୀୟାଙ୍କ ସହ ତାଙ୍କ ପରିବାରକୁ ମଧ୍ୟ ୨ ଦିନ ସମୟ ଦେଇଛନ୍ତି । ଯଦି ପରସ୍ପରଙ୍କ ଭିତରେ ସାମଧାନ ନହୁଏ ତେବେ ପୋଲିସ ଏହି ମାଲାକୁ ହାତକୁ ନେବ ।

Leave a Reply

Your email address will not be published. Required fields are marked *