ଓଲିଉଡ୍ ପାରିବାରିକ କଳି : ଆଜି ସରୁଛି ୨ ଦିନିଆ ମହଲତ, ଆପୋଷ ବୁଝାବଣା ପାଇଁ ଆଶା କମ୍ !
1 min readକଟକ : ଓଲିଉଡ୍ର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ପାରିବାରି କଳି ଏବେ ଦାଣ୍ଡରେ ଗଡୁଛି । ସ୍ତ୍ରୀଙ୍କି ନିର୍ଯ୍ୟତନା ଅଭିଯୋଗରେ ଏବେ ଚାରିଆଡେ ଚର୍ଚ୍ଚାରପାତ୍ର ବନିଯାଇଛନ୍ତି ହ୍ୟୁମାନ । ତେବେ ହ୍ୟୁମାନ କାହିଁକି ସ୍ତ୍ରୀ ଶ୍ରୀୟା ମଧ୍ୟ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଦୁହିଁଙ୍କ ପାରିବାରିକ ସମସ୍ୟ କଟକ ମହିଳା କୋର୍ଟରେ ଦାୟର ହୋଇଥିବା ବେଳେ ଆପୋଶ ବୁଝାବଣା ପାଇଁ ମହିଳା ଥାନା ପୋଲିସ ଦୁହିଙ୍କୁ ୨ ଦିନ ସମୟ ଦେଇଥିଲା । ଯାହାର ଅବଧି ଆଜି ଶେଷ ହେଉଛି । କିନ୍ତୁ ଦୁହିଁଙ୍କ ଭିତରେ ଆପୋଷ ବୁଝାବଣାର କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ ।
କାରଣ ଗୁରୁବାର ଦିନ ଶ୍ରୀୟାଙ୍କ ବାପା ଶ୍ରୀକାନ୍ତ ହ୍ୟୁମାନଙ୍କ ଉପରେ ଅନେକ ପ୍ରକାରର ଅଭିଯୋଗ ଲଗାଇଥିଲେ । ଏହାପରେ ହ୍ୟୁମାନଙ୍କ ମାଁ ସେଫାଳି ମଧ୍ୟ ବହୁ ଶ୍ରୀୟା ଉପରେ ଅନେକକ ପ୍ରକାରର ଆରୋପ ଲଗାଇଥିଲେ ।
ହ୍ୟୁମାନ ଏବଂ ଶ୍ରେୟାଙ୍କ ଭିତରେ ସୃଷ୍ଟି ହୋଇଥିବା ଦାମ୍ପତ୍ୟ କଳି, ଭିତରେ ଧର୍ମାନ୍ତିକରଣର ଅଭିଯୋଗକ ମଧ୍ୟ ଉଠିଛି? ଠାକୁର ଘରେ ଶୋଭା ପାଉଛନ୍ତି ଶ୍ରୀଜିଉ । ତିନିଠାକୁରଙ୍କ ଫଟୋ ସହ ଶ୍ରୀଗଣେଶ ଏବଂ ବିଷ୍ଣୁ ଅବତାରଙ୍କ ଫଟୋ ଚିତ୍ର ମଧ୍ୟ ରହିଛି । ପାଖରେ ହନୁମାନ ଚାଲିସା ରଖାଯାଇଛି । ଠାକୁର ପୂଜା ପାଉଥିବା ଏହି ଘରର ଠିକଣା ହେଉଛି, ସିଡିଏ-୬, କଟକ । ଯେଉଁ ଘରେ ରୁହନ୍ତି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ।
ଧର୍ମ ପରିବର୍ତନ ନେଇ ଶ୍ରେୟାଙ୍କ ପକ୍ଷରୁ ହେଉଥିବା ଅଭିଯୋଗ ଏବଂ ଅଭିଯୋଗ ଉପରେ ହ୍ୟୁମାନ ରଖୁଥିବା ସଫେଇ ଭିତରେ, ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି, ଯାହା ହୁଏତ ଭିନ୍ନ ଏକ ଦିଗକୁ ଇସାରା କରୁଛି । ଶ୍ରେୟାଙ୍କ ଧର୍ମ ପରିବର୍ତନ କରିବା ପାଇଁ ହ୍ୟୁମାନ ସାଗର ଏବଂ ତାଙ୍କ ମା’ ବାରମ୍ବାର ଚାପ ପକାଉଥିବା, ଶ୍ରେୟାଙ୍କ ଓକିଲ ଅଭିଯୋଗ କରିଥିଲେ । କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ହ୍ୟୁମାନ ସାଗର ଏବଂ ତାଙ୍କ ମା’ । କହିଛନ୍ତି- ଘରୁ ବାହାରିବା ପୂର୍ବରୁ ପୂଜା ଘରେ ମୁଣ୍ଡିଆ ମାରି କାମକୁ ଯାଆନ୍ତି । ଧର୍ମପରିର୍ତନ କଥାରେ କୌଣସି ସତ୍ୟତା ନାହିଁ ।
ତେବେ ଶ୍ରୀୟା ଏବଂ ତାଙ୍କ ବାପା ଶ୍ରୀକାନ୍ତ ମିଶ୍ର ହ୍ୟୁମାନଙ୍କ ଉପରେ କେବଳ ଧର୍ମାନ୍ତରିକରଣ ଅଭିଯୋଗ ଲଗାଇନଥିଲେ । ଏହା ସହ ନି୍ର୍ଯାତନା,ଅବହେଳା,ଅନ୍ୟ ମହିଳାଙ୍କ ସହ ସମ୍ପର୍କକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆଜି ଉଭୟଙ୍କୁ ଦିଆଯାଇଥିବା ଏହି ୨ ଦିନର ମହୋଲତ ଆଜି ଶେଷ ହେଉଥିବା ବେଳେ ଆପୋଷ ବୁଝାବଣାର କୌଣସି ବିନ୍ଦୁ ମଧ୍ୟ ପରିଲକ୍ଷିତ ହେଉନାହିଂ । କିନ୍ତୁ ହ୍ୟୁାନଙ୍କ ପ୍ରଶଂସକମାନେ ଆଶାକରୁଛନ୍ତି ଯେ ଓଲିଉଡ୍ରେ ଅନୁଭବ୍ ଓ ବାବୁଶାନଙ୍କ ପରି ହ୍ୟୁାମାନଙ୍କ ପାରିବାରିକ କଳି ଯେପରି ଦାଣ୍ଡରେ ପଡି ହାଟରେ ନଗଡୁ ।
ହ୍ୟୁାମାନ ଶ୍ରୀୟାଙ୍କ ୯ ବର୍ଷର ପ୍ରେମ ବିବାହ ଆପୋଷ ବୁଝାବଣାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଆଡକୁ ଯେପରି ନଢଳୁ ବୋଲି ଆଶାବାନ୍ଦିଛନ୍ତି ଓଡିଶାବାସୀ ।