Pratidin TV

Odisha's Digital News Platform

ହୁତୁହୁତୁ ହୋଇ ଜଳି ଉଠିଲା ହମସଫର ଏକ୍ସପ୍ରେସ, ଜେନେରେଟର ବଗି ଜଳି ପୋଡି ପାଉଁଶ…

1 min read



ଗୁଜୁରାଟ: ଗତକିଛି ଦିନ ତଳେ ବାଲେଶ୍ୱର ବାହାନଗାରେ ଘଟିଯାଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା । ଯାହାର ଛାତିଥରା ଦୃଶ୍ୟ ଏବେବିି ଲୋକଙ୍କ ମନରୁ ଲିଭିନି । ଏପରି ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । କିଏ କାହାର ପୁଅକୁ ହରାଇଛି ତ କିଏ କାହାର ସ୍ୱାମୀ । ତେବେ ଦୁର୍ଘଟଣା ଘଟିବା ପରେ ଟ୍ରେନରେ ଯିବା ପୂର୍ବରୁ ଲୋକଙ୍କ ମନରେ ଅନେକ ଖରାପ ଚିନ୍ତାଧାରା ଆସୁଛି । ତେବେ ସେହିଭଳି ଗୁଜୁରାଟରେ ମଧ୍ୟ ଘଟିଯାଇଛି ଏକ ବଡ଼ ଅଘଟଣ । ପୁଣି ଟ୍ରେନରେ ଘଟିଛି ଅଗ୍ନିକାଣ୍ଡ । ଶନିବାର ଭାଲସାଦର ଚିପୱାଡରେ ଥିବା ହମସଫର ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନର ଜେନେରେଟର ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଯାତ୍ରୀ ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।
କୁହାଯାଇଛି ଯେ ପ୍ରଥମେ ଜେନେରେଟର କମ୍ପାର୍ଟମେଣ୍ଟରେ ନିଆଁ ଲାଗିଥିଲା । ଏବଂ ଖୁବ୍ ଶୀଘ୍ର ନିଆଁ ଆଖପାଖ ବଗିରେ ବ୍ୟାପିଯାଇଥିଲା । ଆଉ ଜେନେରେଟର ବଗିରୁ ଧୂଆଁ ବାହାରିବା ମାତ୍ରେ ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ଟ୍ରେନରେ ନିଆଁ ଲାଗିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ଟ୍ରେନରୁ ଓହ୍ଲାଇ ସେମାନଙ୍କର ଜିନିଷପତ୍ରକୁ ମଧ୍ୟ ଗୁଡ଼ିକ ହାତରେ ଧରିଥିବାର ଦେଖାଯାଇଥିଲା । ଅନ୍ୟପଟେ ଅଗ୍ନିକାଣ୍ଡର ହେତୁ ଭାଲସାଡ ଲାଇନରେ ଟ୍ରେନର ଚଳାଚଳ ବନ୍ଦ ହୋଇଯାଇଛି । ଏବଂ ରେଳ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି ।


ତେବେ ଜେନେରେଟର ରୁମରେ ନିଆଁ କିପରି ଲାଗିଥିଲା ତାହାର କାରଣ ଅସ୍ପଟ ରହିଛି । ଗତ ଏକ ସପ୍ତାହ ମଧ୍ୟରେ ଗୁଜରାଟରେ ଟ୍ରେନ୍ ଅଗ୍ନିକାଣ୍ଡର ଏହା ହେଉଛି ଦ୍ୱିତୀୟ ଘଟଣା । ଏହାପୂର୍ବରୁ ଗୁଜୁରାଟର ଦାହୋଦର ଜେକୋଟ ରେଳ ଷ୍ଟେସନଠାରୁ କିଛି ଦୂରରେ ମେମୁ ଟ୍ରେନର ଇଞ୍ଜିନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ନିଆଁ ଦୁଇଟି ବଗିରେ ବ୍ୟାପି ଯାଇଥିଲା । ତେଣୁ ସମଗ୍ର ଟ୍ରେନ୍ ନିଆଁ ଦ୍ୱାରା ପ୍ରଭାବିତ ହୋଇନଥିଲା ଏବଂ ଯାତ୍ରୀମାନଙ୍କୁ ଠିକ୍ ସମୟରେ ଉଦ୍ଧାର କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *