Pratidin TV

Odisha's Digital News Platform

ପାରାଦ୍ୱୀପରେ ବାପି ସର୍ଖେଲଙ୍କ ହାତ ଧରି ମିଶିଲେ ଶତାଧିକ କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ | ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଆହୁରି ଶକ୍ତିଶାଳୀ ହୋଇଛି ବିଜେଡି | ପାରାଦ୍ୱୀପ ଗଡ଼ ପଞ୍ଚାୟତର ପାଖାପାଖି ପ୍ରାୟ ୭00 କଂଗ୍ରେସ ଏବଂ ବିଜେପି କର୍ମୀ ସାମିଲ ହୋଇଛନ୍ତି | ବିଜେଡିରେ ସାମିଲ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ପାଇଁ ପୁଣି ଠାରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ନେଇଛନ୍ତି ଶପଥ |

ବିଜେଡି ପାରାଦ୍ୱୀପ ମଣ୍ଡଳୀର ପ୍ରଚାର କମିଟିର ଅଧକ୍ଷ ରଘୁ ସାହୁ ଏବଂ ଶ୍ରମିକ ନେତା ବାପି ସର୍ଖେଲଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବରେ ସେମାନେ ସାମିଲ ହୋଇଛନ୍ତି | ତେବେ କଂଗ୍ରେସ ନେତା ଶେଖ ବସିରଅଲିଙ୍କ ଏହି ନେତୃତ୍ୱରେ ଏହି କଂଗ୍ରେସ କର୍ମୀ ଏବଂ ବିଜେପି କର୍ମୀ ବିଜେଡିରେ ହୋଇଛନ୍ତି ସାମିଲ | ଏକ ବିଶାଳ ବାଇକ ରାଲିରେ ପାରାଦ୍ୱୀପର ଗଡ଼ ପଞ୍ଚାୟତ ପରିକ୍ରମା କରିବା ସହ ସେମାନେ ଦଳରେ ସାମିଲ ହୋଇଛନ୍ତି | କୁଜଙ୍ଗ ବ୍ଲକର ବହୁ ବିଜେଡି ନେତାମାନେ ଏହି ମିଶ୍ରଣରେ ସାମିଲ ହୋଇଥିଲେ | ଏବଂ ସ୍ୱାଗତ କରିଥିଲେ |

Leave a Reply

Your email address will not be published. Required fields are marked *