Pratidin TV

Odisha's Digital News Platform

ଓଡିଶାର ଶହସ୍ର ବର୍ଷର ଇତିହାସ ଲୁଚି ରହିଛି ପ୍ରାଚୀ ନଦୀ କୂଳରେ ।

ଅସ୍ତରଙ୍ଗ ; ଭାରତ ବର୍ଷର ୯୦ଭାଗ ସାଂସ୍କୃତିକ ଇତିହାସ ମାଟି ତଳେ ରହିଥିବା ବେଳେ ଓଡିଶାର ଶହସ୍ର ବର୍ଷର ଇତିହାସ ପ୍ରାଚୀ ନଦୀକୂଳରେ ଲୁଚି ରହିଛି। ପ୍ରାଚୀ ପୁରାଣ ବର୍ଣ୍ଣିତ ଓ ଐତିହ୍ୟସମ୍ପର୍ଣ୍ଣ ନଦୀ ହୋଇଥିବା ବେଳେ ଏବେ ବି ସେଠାରେ ଦ୍ଵାଦଶ ମାଧବ, ଦ୍ଵାଦଶ ଶମ୍ଭୁ, ଦ୍ୱାଦଶ ଶକ୍ତିପୀଠ ରହିଛି। ଏହା ବ୍ୟତୀତ ପୁରାଣ ବର୍ଣ୍ଣିତ ବିଶ୍ଵାମିତ୍ର, ଅଙ୍ଗୀରାଙ୍କ ଭଳି ମୁନି ଋଷିଙ୍କ ଆଶ୍ରମ ମଧ୍ୟ ଏବେ ସେଠାରେ ରହିଛି ବୋଲି କହିଛନ୍ତି ପ୍ରଜ୍ଞାନାନନ୍ଦ ମହାରାଜ।

ପ୍ରାଚୀ ନଦୀର ଆଉ ଏକ ବିଶେଷତ୍ୱ ହେଉଛି ଏଠାରେ ଆପତତଃ ଦଶମରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ହରିହର ଉପାସନା ହୋଇଥିଲା। ଏପରିକି ପ୍ରାଚୀ ନଦୀସହ ଜଗନ୍ନାଥ ସଂସ୍କୃତିର ସମ୍ପର୍କ ଯୋଡିହୋଇରହିଛି।ସାଧୁ ସନ୍ଥଙ୍କ ପରିକ୍ରମା ଯୋଗୁଁ ପ୍ରାଚୀ ନଦୀ କୂଳ ବୃକ୍ଷଲତାରେ ଭରପୁର ଥିଲା। ହେଲେ ଏବେ ନଦୀ ଅବବାହିକା କୁ ଜନବସତି ମାଡି ଆସିବା ଫଳରେ ଗଛଲତା କଟା ହୋଇଯିବାରୁ ନଦୀରେ ଆଉ ପୂର୍ବଭଳି ପାଣି ଆସୁନାହିଁ।ଏବେ ବି ତ୍ରିବେଣୀ ନ ଯାଇ ଲୋକେ ପ୍ରାଚୀର ଏକ ନିଦ୍ଧିଷ୍ଟ ସ୍ଥାନରେ ଅସ୍ଥି ବିସର୍ଜନ କରୁଛନ୍ତି। ଏହି ଅବସରରେ ତ୍ରୟୋଦଶତମ ପ୍ରାଚୀ ପରିକ୍ରମା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କେଳୁଣୀମୁହାଣ ନିକଟରେ ସାଧୁ ସନ୍ଥ ମାନେ ପୂଜାର୍ଚନା ସହ ପ୍ରାଚୀ ଆଳତି ମଧ୍ୟ କରିଥିଲେ।

ପ୍ରାଚୀ ଅବବାହିକା ରେ ରହୁଥିବା ଲୋକଙ୍କୁ ଯୋଡିବାକୁ ଉଦ୍ୟମ କରାଯାଉଛି। ବାସ୍ତବରେ ନଦୀ ଅବବାହିକାରହୁଥିବା ଲୋକେ ହିଁ ନଦୀର ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ। ତେଣୁ ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଯୋଡିବା ସହ ସନ୍ଧ୍ୟାରେ ସତସଙ୍ଗରେ ପ୍ରାଚୀ ମହାତ୍ମା ଶୁଣାଯାଉଛି।

Leave a Reply

Your email address will not be published. Required fields are marked *