Pratidin TV

Odisha's Digital News Platform

ବାରହା ଶିକାରରେ ଯାଇଥିଲେ , ନିଜ ଗୁଳିରେ ନିଜେ ଟଳିଲେ ..

ସମ୍ବଲପୁର : ନିଜ ବନ୍ଧୁକ ଗୁଳିରେ ନିଜ ପ୍ରାଣ ହରାଇଲେ ବାରହା ଶିକାରୀ । ଏଭଳି ଏକ ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ଚାନ୍ଦନୀ ମାଲ ଏବଂ ଜମନକିରା ଥାନା ଅନ୍ତର୍ଗତ ବଡ଼ବାହାଲ ଜଙ୍ଗଲରେ ଘଟିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଗତକାଲି ବଡବାହାଲ ଗ୍ରାମର ସାତ ଜଣକ ଯୁବକ ବଡବାହାଲ ଏବଂ ଚନ୍ଦନୀ ମାଲ ଜଙ୍ଗଲକୁ ଦେଶୀ ବନ୍ଧୁକ ଧରି ବାରହା ଶିକାର ପାଇଁ ଯାଇଥିଲେ । ବାରହା ଶିକାର କରି ଘରକୁ ଫେରୁଥିବା ସମୟରେ, ରାତ୍ରିରେ ଅଜଣା ବାଇକ ଶବ୍ଦ ଶୁଣି ଉକ୍ତ ଶିକାରୀ ମାନେ , ଫରେଷ୍ଟର ଆସୁଥିବା ଭାବି ଦୈଡିବାକୁ ଲାଗିଥିଲେ । ଏହି ସମୟରେ ବନ୍ଧୁକ ଧରି ଥିବା ଯୁବକ ପଳାଇବାକୁ ଚେଷ୍ଟା କରୁଥିବା ବେଳେ, କୌଣସି କାରଣରୁ ବନ୍ଧୁକ ଗୁଳି ନିଜ ଦେହରେ ବାଜିଥିଲା । ହେଲେ ଅନ୍ୟ ୬ ଜଣ ଯୁବକ ବର୍ତ୍ତି ଯାଇଥିଲେ ।

ଏହି ସୂଚନା ପାଇ କତରବଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ,୬ ଜଣକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଘଟଣା ସ୍ଥଳରୁ ୨ ଦେଶୀ ବନ୍ଧୁକ ମଧ୍ୟ ପୋଲିସ ଜବତ କରିଛି । କିଛି ମାସ ତଳେ ଜମନକିରା ଥାନା ଅନ୍ତର୍ଗତ ପଣ୍ଡିବାହାଲ ଗ୍ରାମ ରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ତେବେ ଏଠାରେ ଆମେ କହି ରଖୁଛୁ,ଏ ଅଞ୍ଚଳରେ ଦିନକୁ ଦିନ ଦେଶୀ ବନ୍ଧୁକ ବ୍ୟବହାର ହେଉଛି ଏବଂ ବନ୍ୟଜନ୍ତୁ ଶିକାର କରାଯାଉଛି, ହେଲେ ପୋଲିସ ବିଭାଗ ଏବଂ ବନ ବିଭାଗ କରୁଛନ୍ତି କ’ଣ ?

Leave a Reply

Your email address will not be published. Required fields are marked *