ସ୍ୱାମୀ କରୁଥିଲା କୁକର୍ମ ସ୍ତ୍ରୀ କରୁଥିଲା ଭିଡ଼ିଓ… ଧର୍ମପରିବର୍ତ୍ତନ ପାଇଁ ନୂଆ ଶୈଳୀ ବାଛିଥିଲେ ମୁସଲମାନ ଦମ୍ପତି
1 min readକର୍ଣ୍ଣାଟକରେ ନେହା ହତ୍ୟାକାଣ୍ଡ ମାମଲା ଥମିନଥିବା ସମୟରେ ଆଉ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ରଫିକ୍ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସାମ୍ନାରେ ଜଣେ ୨୮ବର୍ଷୀୟ ବିବାହିତ ମହିଳାଙ୍କୁ ଗତ ୨୦୨୩ରୁ ଦୁଷ୍କର୍ମ କରିଥିଲେ | ଏବଂ ସେହି ସମୟରେ କରିଥିଲେ ଅଭିଯୁକ୍ତ ରଫିକଙ୍କ ସ୍ତ୍ରୀ ସେହି ସମୟର କିଛି ଫଟୋ କରିଥିଲେ କଏଦ | ଏବଂ ପରେ ମହିଳାଙ୍କୁ ଅଶ୍ଳୀଳ ଫଟୋ ଦେଖାଇ କରିଥିଲେ ବ୍ଲାକମେଲ | ଏବଂ ବ୍ଲାକମେଲ କରି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିବାକୁ କରାଯାଇଥିଲା ଚେଷ୍ଟା ।
ପୀଡିତ ମହିଳାଙ୍କୁ ବୁର୍ଖା ପିନ୍ଧିବାକୁ ଏବଂ କପାଳରେ ସିନ୍ଦୁର ନ ଲଗାଇବାକୁ କୁହାଯାଇଥିଲା | ପରେ ପୀଡିତ ମହିଳା ଜଣକ ଅଭିଯୋଗ କରିବା ପରେ ୭ ଜଣଙ୍କୁ କରିଛି ଗିରଫ | ପୋଲିସ କହିଛି ଯେ ରାଫିକ୍ ଏବଂ ତାଙ୍କ ପତ୍ନୀ ପୀଡିତାଙ୍କ ସହ ଯୌନ ସମ୍ପର୍କ ରଖିଥିଲେ। ଏହାର ଫଟୋ ଉଠାଇ ମହିଳାଙ୍କୁ ବ୍ଲାକମେଲ କରି ଇସଲାମ ଧର୍ମ ଗ୍ରହଣ କରିବାକୁ କହିଥିଲେ।
ଜଣେ ପୁରୁଷ ନିଜ ସ୍ତ୍ରୀ ସହ ମିଶି ଜଣେ ମହିଳାଙ୍କ ସହ ଏଭଳି କ୍ରୁରତା ବ୍ୟବହାର କରିଛନ୍ତି ଯାହା ଅତିକ୍ରମ କରିଦେଇଛି ସବୁ ସୀମା | ପିଡୀତଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ରଫିକ୍ ତାଙ୍କ ପତ୍ନୀଙ୍କ ଆଗରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ତାଙ୍କୁ ବୁର୍ଖା ପିନ୍ଧିବାକୁ ଜବରଦସ୍ତି କରିବା ସହ ମଥାରେ ସିନ୍ଦୂର ନ ଲଗାଇବାକୁ କରିଥିଲେ ବାଧ୍ୟ । ପୋଲିସ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ରଫିକ ଏବଂ ତାଙ୍କ ସ୍ତ୍ରୀଙ୍କୁ କରିଥିଲା ଗିରଫ | ଏହି ଉଭୟ ସ୍ୱାମୀ ସ୍ତ୍ରୀ ମିଶି ପୀଡିତ ମହିଳାଙ୍କ ଅଶ୍ଳୀଳ ଫଟୋ ଉଠେଇ ତାଙ୍କୁ ବ୍ଲାକମେଲ କରିବା ସହ ମାନସିକ ଏବଂ ଯୋଉଁ ନିର୍ଯାତନା ଦେଇଆସୁଥିଲେ | ଏବଂ ତାଙ୍କୁ ନିଜ ବିବାହ ସମ୍ପର୍କ ଭାଙ୍ଗି ତାଙ୍କ ସହ ଯିବା ସହ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ କରୁଥିଲେ ବାଧ୍ୟ | ବର୍ଷେ ପରେ ହୋଇଛନ୍ତି ଗିରଫ |