ପ୍ରେମ ବିବାହ – ଧୋକା ; ସ୍ୱାମୀର ପରକ୍ରିୟା ପ୍ରୀତି ଧରାପଡିବା ପରେ ନେଇଗଲା ସ୍ତ୍ରୀ ଜୀବନ ।
1 min readପୁରୀ : ସ୍ୱାମୀର ପରକୀୟା ପ୍ରୀତି ବିରୋଧ କରିବାରୁ ପତ୍ନୀ କୁ ବାଡେଇ ବାଡେଇ ମାରିଦେଲା ସ୍ୱାମୀ। ରମେଶ-ପ୍ରୀତି ମଧ୍ୟରେ ଭଲ ପାଇବା ସମ୍ପର୍କ ଗଢିଉଠିବା ଫଳରେ ଉଭୟ ଉଭୟ ଙ୍କୁ ମନଦେଇ ଭଲ ପାଇ ମନ୍ଦିରରେ ବିବାହ କରିଥିଲେ। ସୁଖର ସଂସାର କିଛି ଦିନ ଚାଲିବା ପରେ ସ୍ୱାମୀ ରମେଶ ଅନ୍ୟ ଝିଅ ସହ ପରକୀୟା ପ୍ରୀତି ପତ୍ନୀ ଜାଣିବା ପରେ ବାରମ୍ବାର ନିବୃତ ରହିବାକୁ ସ୍ୱାମୀ ତାଗିଦ୍ କରେ । ଯାହା ଫଳରେ ଉଭୟ ଙ୍କ ମଧ୍ୟରେ ଅନେକ ସମୟ ଗଣ୍ଡଗୋଳ ମଧ୍ୟହୁଏ। କିନ୍ତୁ ଏହି ସ୍ୱମୀ ସ୍ତ୍ରୀ ସର୍ମ୍ପକର ମନାନ୍ତର ମତାନ୍ତର ଏତେ ବଢିଗଲା ଯେ ଶେଷରେ ଜଣଙ୍କ ଜୀବନ ଚାଲିଗଲା ।
ଏ ଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଜିଓଳ ଗ୍ରାମର ରମେଶ କାଣ୍ଡି କିଛି ବର୍ଷ ତଳେ ଭଦ୍ରକ ଜିଲ୍ଲା ପାଟପୁର ଗ୍ରାମର ପ୍ରତିମା ଙ୍କୁ ଭଲ ପାଇଁ ବିବାହ କରିଥିଲେ। ଉଭୟ ଙ୍କ ପ୍ରେମ ସମ୍ପର୍କ ନିବିଡ଼ ପରେ ଉଭୟ ମନ୍ଦିର ବିବାହ କରିଥିଲେ। ସୁଖର ସଂସାର ଗଢି ତୋଳି ଖୁସିରେ ରହୁଥିବା ବେଳେ ସ୍ୱାମୀ ରମେଶ ଅନ୍ୟ ଝିଅଙ୍କୁ ଭଲ ପାଇବା ଖବର ଜାଣିବା ପରେ ସ୍ତ୍ରୀ ପ୍ରତିମା ସ୍ୱାମୀ ସେଥିରୁ ନିବୃତ ରହିବାକୁ ବାରମ୍ବାର ପରାମର୍ଶ ଦିଏ। ଏଭଳି କିଛି ଅଭିଯୋଗ ଆଣିଛନ୍ତି ମୃତ ପ୍ରତିମା ଙ୍କ ବାପ ଘର ଲୋକେ, ତାହା ସହ ଗଣମାଧ୍ୟ୍ୟମ ସାମ୍ନାରେ ରମେଶ ମଧ୍ୟ କହିଛନ୍ତି ପର ଝିଅ ପାଇଁ ଶେଷ ଥରପାଟି ତୁଣ୍ଡ ହୋଇଥିଲା।
ବାରମ୍ବାର ବାରମ୍ବାର ଏପରି ଘଟଣା ଘଟିବା ସହ ସ୍ୱାମୀ ରମେଶ ନିଶାଶକ୍ତ ଅବସ୍ଥାରେ ମଧ୍ୟ ଅନେକ ମାଡ଼ ମଧ୍ୟ ମାରେ ପତ୍ନୀ ପ୍ରତିମାଙ୍କୁ। ଏ ନେଇ ଶେଷଥର ବାପଘରକୁ ଫୋନ କରି ବୁଧବାର ଜଣାଇଥିଲେ ମୃତ ପ୍ରତିମା। କିନ୍ତୁ ଗୁରୁବାର ସକାଳୁ ପାଇଲେ ରମେଶ ବାଡେଇ ବାଡେଇ ମାରିଦେଇଛି। କିନ୍ତୁ ଗୁରୁବାର ଅପରାହ୍ନ ସମୟରେ ରମେଶ ମୃତ ପ୍ରତିମା ମର ଶରୀର କୁ ନେଇ ସ୍ମଶାନ ରେ ପୋଡ଼ିବାକୁ ଯାଉଥିବା ବେଳେ ଖବର ପାଇଁ ଅସ୍ତରଙ୍ଗ ପୋଲିସ ଘଟଣା ସ୍ଥଳରେ ପହଂଚି ସବକୁ ଜବତ କରି ଥିଲେଓ ଅନ୍ୟ ପଟେ ସ୍ୱାମୀ ରମେଶ ଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।